ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଓକେରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଚିନ୍ତାରେ ଶହବାଜ , ତୁରନ୍ତ କଲେ ଏମିତି ଘୋଷଣା

ଇସଲାମାବାଦ : ପାକିସ୍ତାନ କବଜାରେ ଥିବା କାଶ୍ମୀର (ପିଓକେ )ରେ ବିକ୍ଷୋଭ ପ୍ରଦର୍ଶନ ସୋମବାରକୁ ପହଞ୍ଚିଛି ୪ର୍ଥ ଦିନରେ, ଯେଉଁଥିରେ ପୂରା ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି। ଏହି ମଧ୍ୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସ୍ୱାଧିନ ଜମ୍ମୁ ଓ କାଶ୍ମୀର ପାଇଁ ୨୩ ବିଲିୟନ ଟଙ୍କାର ତତ୍କାଳ ପ୍ରାବଧାନକୁ ମଞ୍ଜୁରୀ ଦେଇ ସାରିଛନ୍ତି। 

ବିରୋଧ ପ୍ରଦର୍ଶନରେ ଘାବରାଇ ଯାଇଥିବା ଶହବାଜ ସରିଫ ପୁଲିସ ଓ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପରେ ଚିନ୍ତାବ୍ୟକ୍ତ କରିଥିଲେ। ସେ ରବିବାର ଚେତାବନୀ ଦେଇଥିଲେ କି ଆଇନକୁ ନିଜ ହାତକୁ ନେବାରେ କେତେ ଅଣଦେଖା କରାଯିବ ନାହିଁ। ଶହବାଜ କହିଛନ୍ତି କି ସେ ପିଓକେର ତଥାକଥିତ  ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାରୁଲ ହକ୍‌ଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି , ମୁଁ ସବୁ ପକ୍ଷରୁ ଅପିଲ କରୁଛି କି ସେ ନିଜ ଦାବିର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଉପାୟ ଆପଣାନ୍ତୁ । ବିରୋଧିଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ଆଶା କି ମାମଲା ଖୁବ୍‌ ଶୀଘ୍ର ସୁଧୁରି ଯିବ।

ସେପଟେ ସୁରକ୍ଷାବାହିନୀ ଓ  ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ବିବାଦ ପରେ ପାକିସ୍ତାନ ସରକାର ସ୍ଥିତିକୁ କାବୁ କରିବାରେ ଚେଷ୍ଟାକୁ ଦ୍ରୁତ କରି ଦେଇଛନ୍ତି। ବିବାଦିତ କ୍ଷେତ୍ରରେ ଶନିବାର ପୁଲିସ ଓ ଆନ୍ଦୋଳନକାରୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କଳହ ହୋଇଥିଲା , ଯେଉଁଥିରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।  ଆହତଙ୍କ ମଧ୍ୟରେ ଅଧିକାଂଶ ପୁଲିସକର୍ମୀ ଥିଲେ। ବିରୋଧ ପ୍ରଦର୍ଶନକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ  ଶହବାଜ ସରିଫ ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ପାଇଁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.