ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ

ପାଣିକୋଇଲି, ୨୯/୦୯: ଘରର ଝରକା ତାଡ଼ି ୬ଲକ୍ଷ ୬୦ ହଜାର ଟଙ୍କା ସହ ସୁନା ବାହୁଟି,କାନଫୁଲ,୨ଟି ମୁଦି ଚୋରି କରିନେଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଜାରରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପାଣିକୋଇଲି ଥାନା ଅନ୍ତର୍ଗତ ବଜାରରେ କାର୍ତ୍ତିକ ଚରଣ ସେଠୀ ଓ ତାଙ୍କ ପତ୍ନୀ ହାରାମଣି ସେଠୀ ଏକ ଘର ଭଡ଼ା ନେଇ ରହୁଥିଲେ । ଦୁଇ ଦିନ ପୂର୍ବରୁ କୌଣସି କାରଣରୁ ବ୍ୟାଙ୍କରୁ ୬ ଲକ୍ଷ ୬୦ ହଜାର ଟଙ୍କା ଉଠାଇଥିଲେ କାର୍ତ୍ତିକ ।  ସେ ଟଙ୍କାକୁ ଘରେ ରଖିଥିଲେ । ପ୍ରତ୍ୟେକ ଦିନ ସେ ରୁମ୍‌ରେ କାର୍ତ୍ତିକ ସେଠୀ ଶୁଅନ୍ତି ।  ହେଲେ ଦୁର୍ଭାଗ୍ୟର କଥା ଯେ, ସେପ୍ଟେମ୍ୱର ୨୮ ତାରିଖ ରାତିରେ କାର୍ତ୍ତିକ ସେଠୀଙ୍କ ମୁଣ୍ଡ ବୁଲାଇବାରୁ ସେ ତାର ପାଖ ରୁମ୍‌ରେ ଶୋଇପଡ଼ିଥିଲେ । ତାଙ୍କ ପତ୍ନୀ ମଧ୍ୟ ଉକ୍ତ ରୁମ୍‌ରେ କାର୍ତ୍ତିକଙ୍କ ସହ ଶୋଇଥିଲେ । ହେଲେ ଯେଉଁ ଘରେ ଟଙ୍କା ଓ ଅଳଙ୍କାର ଥିଲା ସେଦିନ ସେଘରେ କେହି ଶୋଇନଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ରାତିରେ ଝରକା ତାଡ଼ି ଘର ଭିତରେ ପଶିଥିଲେ । ଘରେ ଥିବା ଆଲମୀରା ଭାଙ୍ଗି ୬ଲକ୍ଷ ୬୦ ହଜାର ଓ ସୁନା ବାହୁଟି, କାନଫୁଲ, ୨ଟି ମୁଦି ନେଇ ଫେରାର ହୋଇଯାଇଛନ୍ତି । ସକାଳୁ ଉଠି ସେ କବାଟ ଖୋଲିବା ବେଳକୁ କବାଟ ନ ଖୋଲିବାରୁ ଝରକା ପାଖକୁ ଗଲାବେଳକୁ ଝରକା ଖୋଲା ଅବସ୍ଥାରେ ଅଛି । ଏ ଦୃଶ୍ୟ ଦେଖିଲା ମାତ୍ରେ ସାଙ୍ଗେ ସାଙ୍ଗେ ପାଣିକୋଇଲି ପୋଲିସ ଷ୍ଟେସନ ଯାଇ ଏକ ଲିଖିତ ଅଭିଯୋଗ କରାଇଥିଲେ କାର୍ତ୍ତିକ । ଉକ୍ତ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ଘଟଣାର ତଦନ୍ତ କରୁଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.