ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର

ଭୁବନେଶ୍ୱର,୦୪/୦୩:  ସର୍ବସାଧାରଣରେ ମଦ୍ୟପାନକୁ ବାରଣ କରିବାରୁ ପୁଲିସଙ୍କୁ ଢେଲାମାରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଦୁର୍ଦ୍ଦାନ୍ତ ପାକାକୁ ଗିରଫ କରିଛି । ପାକା ଓରଫ  ପ୍ରକାଶ ବେହେରା (୩୮) ର ଘର ଏହି ଥାନା ଅନ୍ତର୍ଗତ ବୋତଣ୍ଡା। 

ପୁଲିସ ସୂଚନା  ଅନୁଯାୟୀ, ଗତ ଜାନୁଆରୀ ୧୭ରେ ପାକା  ଓ ତା’ ଭାଇ ପ୍ରେଷ୍ଟିଜ ଆପାର୍ଟମେଣ୍ଟ୍‌  ସମ୍ମୁଖରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିଲେ । ଖବରପାଇ  ଏୟାରଫିଲ୍ଡ ଥାନା ପୁଲିସ ସେଠାରେ ପହଞ୍ଚି ଦୁଇଭାଇଙ୍କୁ ସର୍ବସାଧାରଣରେ  ମଦ୍ୟପାନ କରିବାକୁ ବାରଣ କରିଥିଲେ ।  ଏଥିରେ ଉତ୍‌କ୍ଷିପ୍ତ ହୋଇ ପାକା ଓ ତା’ ଭାଇ ପୁଲିସଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି  କରିବା ସହ ଢେଲାମାରି ହତ୍ୟା ଉଦ୍ୟମ  କରିଥିଲେ । ୨ ପୁଲିସ କର୍ମଚାରୀ ଆହତ  ହୋଇଥିଲେ । ପୁଲିସ ଟିମ୍‌ ଦୁଇଭାଇଙ୍କୁ  ଧରିବାକୁ ଗୋଡ଼ାଇବା ବେଳେ  ସେମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲେ । ପୁଲିସ  ଏକ ମାମଲା ରୁଜୁକରି ତଦନ୍ତ  ଚଳାଇଥିଲା । ଫେରାର୍‌ ଥିବା  ପାକାକୁ ରବିବାର ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅପରାହ୍ଣରେ  ତାକୁ କୋର୍ଟ ଚାଲାଣ କରାଯାଇଥିଲା ।  ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌  ହାଜତକୁ ପଠାଇ ଦିଆଯାଇଛି । ପାକାର ଭାଇ ଏବେ ଫେରାର୍‌ ଅଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ  ସ୍ଥାନରେ ଚଢ଼ଉ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.