ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୨ ବେପାରୀ ଗିରଫ

ଆଠମଲ୍ଲିକ, ୨୮/୦୬ : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨ ବେପାରୀଙ୍କୁ ଗିରଫ କରିଛି ଆଠମଲ୍ଲିକ ପୋଲିସ। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଲୋକନାଥ ମେହେର ଓ ଶମ୍ଭୁ ନାଏକ। 

ସୂଚନାନୁଯାୟୀ, ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅନୁଗୁଳ ସ୍ପେଶାଲ୍ ସ୍କ୍ଵାଡ୍‌କୁ ସୂଚନା ମିଳିଥିଲା। ସ୍ପେଶାଲ ସ୍କ୍ଵାର୍ଡ୍ ନିର୍ଦ୍ଦେଶରେ ଆଠମଲ୍ଲିକ ଆଇଆଇସି ଓ ଅନ୍ୟ କର୍ମଚାରୀ ମାଣିକପଥର ନିକଟରେ ଛକି ବସିଥିଲେ। ଏହି ସମୟରେ ଲୋକନାଥ ମେହେର ଓ ଶମ୍ଭୁ ନାଏକ ଏକ ବାଇକ୍ ଯୋଗେ ବସ୍ତାରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୪ କେଜି ୮୭୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହା ସହ ୨ ବେପାରୀଙ୍କୁ ଗିରଫ କରିଛି ପୋଲିସ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.