ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାୟିତ୍ଵ ଗ୍ରହଣ ପରେ ପୋଲିସ ଅଧିକାରୀମାନଙ୍କ ସହ ଡିଜିଙ୍କ ବୈଠକ, ନିରପେକ୍ଷ ନିର୍ବାଚନ ଉପରେ ଆଲୋଚନା

କଟକ, ୦୧/୦୨ : ନୂଆ ପୋଲିସ ଡିଜି ଭାବେ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ଷଡ଼ଙ୍ଗୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପରେ ସେ ବରିଷ୍ଠ ପୋଲିସ୍ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଅପରାଧ ମୁକ୍ତ ସମାଜ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି। 

ଏନେଇ ପୋଲିସ ଡିଜି କହିଛନ୍ତି ଯେ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ହେଉଛି ପୋଲିସର ମୁଖ୍ୟ କର୍ତ୍ତବ୍ୟ। ପୋଲିସ ଏନଫୋର୍ସମେଣ୍ଟକୁ ବୃଦ୍ଧି କରାଯିବ। ୱାରେଣ୍ଟ ଥିବା ଅପରାଧୀମାନଙ୍କୁ ଧରିବା ସହ ମାଦକ ଦ୍ରବ୍ୟ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ୫ ଦିନ ଭିତରେ ୩୦ଟି ଜିଲ୍ଲାରେ ପାଖାପାଖି ୩ ହଜାର ୱାରେଣ୍ଟକୁ କାର୍ଯ୍ୟକାରୀ କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.