ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ୍ରାସା ଥିବା ସ୍ଥାନରେ ତିଆରି ହେବ ପୋଲିସ ଷ୍ଟେସନ୍, ହଲଦୱାନିକୁ ନେଇ ଧାମିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୨।୨: ହଲଦାନୀରେ ହିଂସାର କାରଣ ପାଲଟିଥିବା ବେଆଇନ ମଦ୍ରାସା ସ୍ଥାନରେ ଏବେ ପୋଲିସ ଷ୍ଟେସନ୍ ତିଆରି ହେବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୋମବାର ଏହି ଘୋଷଣା କରିଛନ୍ତି। ଧାମି ଏହା ମଧ୍ୟ କହିଛନ୍ତି ଯେ, ଦେବଭୂମିର ଶାନ୍ତି ସହ ଖେଳୁଥିବା ଲୋକଙ୍କୁ ଛଡା ଯିବନି। ହଲଦାନୀରେ ବେଆଇନ ମଦ୍ରାସା ଓ କଥିତ ମସଜିଦ୍‌କୁ ଭଙ୍ଗାଯିବା କାରଣରୁ ସୃଷ୍ଟି ହୋଇଥିବା ହିଂସା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ଓ ୩୦୦ ରୁ ଅଧିକ ଆହତ ହୋଇଛନ୍ତି।

ପୁଷ୍କର ସିଂହ ଧାମି ସୋମବାର ଏକ ଭିଡିଓ ଟ୍ବିଟ୍ କରି ଏହି ସୂଚନା ଦେଇଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ବନଭୁଲପୁରା, ହଲଦାନୀରେ ଯେଉଁଭଳି ବେଆଇନ ଅଧିଗ୍ରହଣକୁ ହଟାଯାଇଛି ସେଠାରେ ଏବେ ପୋଲିସ ଷ୍ଟେସନ୍ ତିଆରି କରାଯିବ। ଉପଦ୍ରବୀ ଓ ଦଙ୍ଗାକାରୀଙ୍କ ପାଇଁ ଆମ ସରକାରଙ୍କ ଏହା ସ୍ପଷ୍ଟ ବାର୍ତ୍ତା। ଦେବଭୂମିର ଶାନ୍ତି ସହ ଖେଳୁଥିବା କୌଣସି ବ୍ୟକ୍ତି ଛଡାଯିବନି, ଏଭଳି ଉପଦ୍ରବୀଙ୍କ ପାଇଁ ଉତ୍ତରାଖଣ୍ଡରେ କୌଣସି ସ୍ଥାନ ନାହିଁ।

ହରିଦ୍ବାରା ଋଷିକୂଲ୍ୟ ମୈଦାନରେ ଆୟୋଜିତ ‘ନାରୀ ଶକ୍ତି ମହୋତ୍ସବ’କୁ ସମ୍ବୋଧିତ କରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ବନଭଉଲପୁରାର ଏକ ବଗିଚାରେ ଅଧିଗ୍ରହଣ ଥିଲା। ଏହି ଅଧିଗ୍ରହଣ ବେଳେ ବହୁ ଏକର ଜମି ବାହାରିଛି। ଏହି ଭୂମିରେ ହିଂସାକାଣ୍ଡ ଓ ପଥରମାଡ ହୋଇଥିଲା। ଏଠାରେ ଉପଦ୍ରବ ହୋଇଥିଲା। ପୋଲିସକର୍ମୀଙ୍କୁ ଆକ୍ରମଣ କରାଯାଉଛି। ସାମ୍ବାଦିକ ଭାଇମାନଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ମୁଁ ମା’ ଗଙ୍ଗାଙ୍କ ପବିତ୍ର କୂଳରେ ଘୋଷଣା କରୁଛି ସେହି ସ୍ଥାନରେ ପୋଲିସ ଥାନା ତିଆରି କରାଯିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.