ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପିପିଲିରେ ରାଜନୈତିକ ହିଂସା : ସମିତି ସଭ୍ୟଙ୍କ ସମେତ ୨ ଗୁରୁତର, ଥାନା ଘେରାଉ କଲେ ବିଜେପି କର୍ମୀ

ପିପିଲି, ୨୪/୦୫ : ପିପିଲିର ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ରାଜନୈତିକ ହିଂସା ଘଟିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣଙ୍କର ହାତ ଭାଙ୍ଗିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ପିପିଲିରେ ତୀବ୍ର ଉତେଜନା ପ୍ରକାଶ ପାଇଛି। ବିଜେପିର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଥାନାରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀମାନେ ପିପିଲି ଥାନା ଘେରାଉ କରିଛନ୍ତି।

ସୂଚନାନୁଯାୟୀ, ଗୁରୁବାର ରାତିରେ ବିଜେପି ସମିତିସଭ୍ୟ ଗଦାଧରଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ୍ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥିଲେ। ଏତିକି ବେଳେ ସେଠାରେ ଉପସ୍ଥିତ ବିଜେଡର ସ୍ଥାନୀୟ ନେତା ଓ ତାଙ୍କର ସମର୍ଥକମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗଦାଧରଙ୍କ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଛି। ଏହା ପୂର୍ବରୁ ବିଜେଡି ଦଳର ଉକ୍ତ ବ୍ୟକ୍ତିମାନେ ସେଠାରେ ଗାଳିଗୁଲଜ କରିବା ସହ ଜଣଙ୍କ ଘର ଉପରକୁ ଟେକା ମାଡ କରିଥିବା ବେଳେ ଏସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ସେଠାରେ ପହଞ୍ଚି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ରାତି ସାଢେ ଦୁଇଟାରେ ଏନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ବୁଝାସୁଝା କରୁଥିବା ସୂଚନା ମିଳିଛି। ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆଶ୍ରିତଙ୍କ ହସ୍ତକ୍ଷେପ ପରେ ରାତି ୨ଟା ୪୫ରେ ଥାନା ଘେରାଉ ହଟିଥିଲା। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ କୋହଳ ମନୋବୃତ୍ତି ପୋଷଣ କଲେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଆଶ୍ରିତ ଚେତାବନୀ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.