ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ମାନସିକ ଅସୁସ୍ଥତାକୁ ରୋକିପାରିବ ସକରାତ୍ମକ ଚିନ୍ତାଧାରା

ଫିରିଙ୍ଗିଆ , ୧୮।୯ : ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ । ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାରରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ  ।  ଏହି ପରିପ୍ରେକ୍ଷିରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ପଂଚାୟତ ରେ ମାନସିକ ରୋଗୀଙ୍କୁ ଚିହ୍ନଟିକରଣ କରାଯାଇଛି।  , ସେମାନଙ୍କ ର ଚିକିତ୍ସା ଓ ସ୍ଥାୟୀ ଜିବନଜିବିକା ନିମନ୍ତେ ଗୋଷ୍ଠିସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ  କାର୍ଯ୍ୟକ୍ରମ ବିଗତ ତିନି ବର୍ଷ ହେବ କାର୍ଯ୍ୟକାରୀ ହୋଇଆସୁଛି  । ଏହାର ସୁଫଳ ପାଇଁ ଆଜି ଅନୁଷ୍ଠାନଙ୍କ ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ର ଠାରେ ଏକ ଦିନିକିଆ ଚାପ ନିୟନ୍ତ୍ରଣ ପରିଚାଳନା ସହିତ ନେଟଓାର୍କିଂ ବୈଠକ ଅନୁଷ୍ଠିତ ହୋଇଯାଇଛି  ।

 ଏହି ବୈଠକରେ କନ୍ଧମାଳ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କ୍ଲିନିକାଲ୍ ସାଇକୋଲୋଜିଷ୍ଟ ତପଶ୍ୱିନି ଆଚାର୍ଯ୍ୟ  ମନୁଷ୍ୟ କେତେବେଳେ ଚାପ ରେ ଆସିଥାଏ ତାହା ଉଦାହରଣ ମାଧ୍ୟମରେ ବୁଝାଇବା ସହ ସେଥିରୁ ମୁକୁଳିବା ପାଇଁ ନିଜର ଚିନ୍ତାଧାରାକୁ ସକରାତ୍ମକ କରିବା ସହିତ ମନଭିତରକୁ ଅବାଧରେ ପ୍ରବେଶ କରୁଥିବା ନକରାତ୍ମକ ଚିନ୍ତାଧାରାକୁ ଦୂରେଇ ମାନସିକ ଚାପରୁ ମୂକୁଳିବାର ଉପାୟ ଜଣାଇଥିଲେ  । ତତ୍ ସହିତ ମାଳତୀ ବେହେରା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ସରକାରଙ୍କ ଦ୍ୱାରା ଇ.ସଞୀବନୀ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ସୂଚନା ଦେଇଥିଲେ  । ଫୁଲବାଣୀ ସମନ୍ୱୀତ ଶିଶୁ ବିକାଶ ଅଧିକାରୀ ବୈଜୟନ୍ତୀ ପ୍ରଧାନ ଯୋଗଦେଇ ନିଜର ଚାପ କୁ ବିଭିନ୍ନ ଉପାୟରେ ନିୟନ୍ତ୍ରଣ କରିପାରିଲେ ନିଶ୍ଚିତ ମାନସିକ ଅସୁସ୍ଥତାରୁ ରକ୍ଷା ପାଇପାରିବା ବୋଲି କହିଥିଲେ  ।  ଫିରିଙ୍ଗିଆ ପ୍ରେସ୍ କ୍ଲବର ସମସ୍ତ ସଭ୍ୟ ମାନେ ଯୋଗ ଦେଇଥିଲେ। ସଭାପତି ଉତମ ଖମାରୀ ସ୍ଥାନୀୟ ଅଂଚଳ ରେ ମାନିସୀକ ଅସୁସ୍ଥତାରେ ରହୁଥିବା ପରିବାର ମାନଙ୍କୁ କିଭଳି ଚିକିତ୍ସା ପାଇଁ ଯୋଡାଯାଇ ପାରିବ ତାହାର ପ୍ରଚାରରେ ଗଣମାଧ୍ୟମ ନିଶ୍ଚିତ ସହାୟତା ର ହାତ ବଢାଇବ ବୋଲି କହିଥିଲେ । ଓଡିଶା ଜିବିକା ମିଶନ୍ ର ବ୍ଲକ୍ ଜୀବିକା ସଂଯୋଜକ ରୁବିନା ନାୟକ ସ୍ୱୟଂସହାୟକ ଦଳ ମାଧ୍ୟମରେ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପରିବାର ଙ୍କୁ ସାମିଲ କରି ତାଙ୍କ ପରିବାର ର ଆର୍ଥୀକ ସ୍ଥିତି କୁ ସୁଦୃଢ କରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ  । ବେସିକ୍ ନିଡ୍ ଈଣ୍ଡିଆ ର ରାଜ୍ୟ ସଂଯୋଜକ ରାଜିବ କର୍ମୀ  ନେଟଓାର୍କିଂ ବୈଠକ ରେ ସମସ୍ତ ଙ୍କ ସହଯୋଗରେ ଅବହେଳିତ ହୋଇ ରହିଯାଉଥିବା ମାନସିକ ଅସୁସ୍ଥ ବ୍ୟକ୍ତି ଥିବା ପରିବାରଙ୍କୁ ସମାଜ ର ମୂଖ୍ୟ ସ୍ରୋତରେ ସାମିଲ କରି ହେବ ବୋଲି କହିଥିଲେ   । ସଂପାଦକ ହରି ଶଙ୍କର ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ ଓ କ୍ଷେତ୍ର ସଂଯୋଜକ ଆଲୋକ ସାମନ୍ତରାଏ ସହଯୋଗ କରିଥିଲେ  ।    ପରିବାର ସହାୟକ ଗୋଷ୍ଠୀ ରୁ ଆସିଥିବା ଅରୁଣ କୁମାର ନାୟକ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କୁ ସୂଦୁର ପ୍ରସାରୀ କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.