ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ ସୂଚନା ଜାରି

ନାରାୟଣପାଟଣା, ୩।୧୨: ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ଗଭୀର ଅବପାତ । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ପାଣିପାଗ ବିଭାଗର ସୂଚନା ପରେ ଚାଷୀକୂଳ ଆତଙ୍କିତ ହୋଇ ଉଠିଛନ୍ତି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଫସଲକୁ କିପରି ସୁରକ୍ଷିତ ରଖିବେ ସେନେଇ କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ନାରାୟଣପାଟଣା ଅଞ୍ଚଳରେ ନିୟନ୍ତ୍ରିତ ବଜାର କମିଟି ଓ କୃଷି ବିଭାଗ ଦ୍ୱାରା ବିଶେଷ କରି ଚାଷୀମାନଙ୍କ ଉଦ୍ଦେଶ୍ୟରେ ମାଇକ୍ ଯୋଗେ ପ୍ରଚାର କରି ସଚେତନ କରାଯାଉଛି । 

ଶତାଧିକ ଏକରରେ ଧାନକଟା ହୋଇ କ୍ଷେତରେ ପଡ଼ିଥିବା ସହ କଟା ପାଇଁ ମଧ୍ୟ ପ୍ରସ୍ତୁତ ହୋଇରହିଛି । ଆସନ୍ତା ୫ ତାରିଖରେ ବର୍ଷା ହେବା ସହ ପ୍ରାୟ ୫୦ରୁ ୬୦କିମି ବେଗରେ ପବନ ବହିବା ନେଇ କୋରାପୁଟ ଜିଲ୍ଲା ଜରୁରୀକାଳୀନ ବିଭାଗର ସେକ୍ସନ ଅଫିସର ସୂଚନା ଦେଇଛନ୍ତି । ପ୍ରଶାସନ ତରଫରୁ ମାଇକ ଯୋଗେ ପ୍ରଚାର କରି ଚାଷୀମାନଙ୍କୁ ସତର୍କ କରାଯାଉଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.