ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଳବୈଶାଖୀରେ ଛିଣ୍ଡିଲା ବିଦ୍ୟୁତ ତାର, ୩ ଦିନ ହେଲା ଅନ୍ଧାରରେ ଅଛନ୍ତି ୧୬ ଗ୍ରାମବାସୀ

ଫିରିଙ୍ଗିଆ, ୩l ୬  ଗତ ଶନିବାର କାଳ ବୈଶାଖୀ  ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡ଼ି ହୋଇଥିଲା। ଏଥିରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା।  ଡିଣ୍ଡିରା ଗାଁ ପଞ୍ଚାୟତ ର ପ୍ରାୟ ୧୬ ରୁ ଅଧିକ ଗାଁର ୭ ସହରୁ ଅଧିକ ଲୋକେ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି । ସେହି ପରି ଲାଇନ୍ ନ ଥିବାରୁ  ପାଣି ଯୋଗାଣ ବନ୍ଦ ଅଛି।  

କାଳ ବୈଶାଖୀର ୩ ଦିନ ବିତିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇନଥିବା ବେଳେ ଗାଁର ରାସ୍ତାରେ ବିଦ୍ୟୁତ ଖୁଣ୍ଟ ପଡ଼ି ରହିଛି ଯାହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି।  ବେଳେନେଡି ସାହି ଗାଁ  ରାସ୍ତାରେ  ଏବଂ ଜଙ୍ଗଲ ର ବିଦ୍ୟୁତ ଖୁଣ୍ଟ ଯାଇଥିବା ସ୍ଥାନ ମାନଙ୍କରେ ବିଦ୍ୟୁତ ତାର ଝୁଲି ରହିଥିବାରୁ ଲୋକେ ଭୟଭୀତ ହୋଇ ରହିଥିବା କହିଛନ୍ତି ଗ୍ରାମ ବାସୀ l ଏହି ବିଦ୍ୟୁତ ଉପରେ ନିର୍ଭର କରୁଥିବା ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ର ସରୁକୋଇ, , ନେଡି ସାହି, କାମ୍ବା ସାହି, ତଳ ସାହି, ମଝୀ ସାହି, ଉପର ସାହି, ଗଞ୍ଜୁ ଖୋଲ, ଟେଲା ପାଲି, ଶିକୁଳି ପଦର, ଲଦା ପଦର, କୁଟି ପଦର, କୁଡୁକି ଭଳି ଗାଁ ଅନ୍ଧାରରେ ରହିଛନ୍ତି l 

ଏହି ଘଟଣା କୁ ନେଇ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜିତା ମଲିକ, ୱାର୍ଡ ମେମ୍ବର ହେମନ୍ତ ବିନ୍ଧାଣି, ସନତ କହଁର, ଲଷ୍ମୀଧର ସାହାଣୀ, କାମରାଜ କହଁର, ଭୀମସେନ ସାହାଣୀ, ସୁଶାନ୍ତ ଦିଗାଲ ଓ ଗ୍ରାମ ବାସୀ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ପାରିନାହିଁ l ତେବେ ତୁରନ୍ତ ଭାଙ୍ଗିଥିବା ବିଦ୍ୟୁତ ଖୁଣ୍ଟ ଓ ଝୁଲି ରହିଥିବା ବିଦ୍ୟୁତ ତାର ଲଗାଇ ସମୂହ ଗାଁକୁ ବିଦ୍ୟୁତ ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ରଞ୍ଜିତା କହଁର ଙ୍କ ସହ ସମୂହ ଗ୍ରାମବାସୀ ଦାବୀ କରିଛନ୍ତି l ଅନ୍ୟ ପଟେ ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ଜୟଦେବ ସାହୁଙ୍କୁ ପଚାରିବାରୁ ମୋ ପାଖରେ କୌଣସି ଅଭିଯୋଗ ନାହିଁ l ତଥାପି ତୁରନ୍ତ କିଭଳି ଭାବରେ ଲୋକେ ବିଦ୍ୟୁତ ସୁବିଧା ପାଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ସ୍ଥାନୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନାହିଁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.