ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଜଲ୍ଟ ଆସିବା ପରେ ଏକଜିଟ୍ ପୋଲ୍‌ ମାରିଲା ଫେଲ୍‌, ଲାଇଭ ଟିଭି କାର୍ଯ୍ୟକ୍ରମରେ କାନ୍ଦିଲେ ‘ଆକ୍ସିସ୍ ମାଇଁ ଇଣ୍ଡିଆ’ ମୁଖ୍ୟ

ନୂଆଦିଲ୍ଲୀ,୪।୬: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳା ଜାରି ହୋଇଛି। ତେବେ ଶନିବାର ଜାରି କରାଯାଇଥିବା ଏକଜିଟ୍‌ ପୋଲ୍‌ଠାରୁ ରେଜଲ୍ଟ ପୁରା ଅଲଗା ରହିଛି। ଏହା ଭିତରେ ଖବର ରହିଛି ଯେ, ଏଜେନ୍ସି ଆକ୍ସିସ୍ ମାଇଁ ଇଣ୍ଡିଆ ମୁଖ୍ୟ ପ୍ରଦୀପ ଗୁପ୍ତା ଲାଇଭ ଟିଭି କାର୍ଯ୍ୟକ୍ରମରେ କାନ୍ଦି ପକାଇଲେ। ସେ ଅନୁମାନ କରିଥିଲେ ଯେ, ଏନ୍‌ଡିଏ ୩୫୦ ରୁ ଅଧିକ ଆସନ ଜିତିବ। ଏହା ସହିତ ସେ ୪୦୦ ପାର କଥାକୁ ମଧ୍ୟ ମନା କରିନଥିଲେ।

ରେଜଲ୍ଟ  ଆସିବା ପରେ ଏକ ଟିଭି କାର୍ଯ୍ୟକ୍ରମରେ ଚର୍ଚ୍ଚା ଭିତରେ ଆଜି ପ୍ରଦୀପ ଗୁପ୍ତା କାନ୍ଦିବା ଆରମ୍ଭ କରିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ, ଯେବେ ସେ ଟିଭି କାର୍ଯ୍ୟକ୍ରମରେ ଭାବପ୍ରବଣ ହୋଇପଡିଛନ୍ତି। ୨୦୧୯ ରେ ମଧ୍ୟ ଏକଜିଟ୍‌ ପୋଲ୍‌ରେ ସଠିକ ଅନୁମାନ କରୁଥିବା ଗୁପ୍ତା କାନ୍ଦିଥିଲେ। ଇଣ୍ଡିଆ ଟୁଡେ ମାଇ ଇଣ୍ଡିଆ ଅନୁମାନ କରିଥିଲା ଯେ, ଏନ୍‌ଡିଏ ୩୬୧ ରୁ ୪୦୧ ସିଟ୍‌ ଭିତରେ ବିଜୟୀ ହେବ। ସେଭଳି ବିରୋଧି ମେଣ୍ଟ ଇଣ୍ଡିଆକୁ ୧୩୧-୧୬୬ ଆସନ  ଦେଇଥିଲା।

ଗୋଟିଏ ଦିନ ପୂର୍ବରୁ ଗୁପ୍ତା ଏକଜିଟ୍ ପୋଲ୍‌ ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ସେ ଘେରିଥିଲେ। ସମାଚାର ଏଜେନ୍ସି ଏଏନ୍‌ଆଇ ସହ ଆଲୋଚନା କରି ସେ କହିଛନ୍ତି, ଆକ୍ସିସ୍ ମାଇଁ ଇଣ୍ଡିଆ ଗତ ୧୦ ବର୍ଷ ହେବ ଏକଜିଟ୍ ପୋଲ୍ କରୁଛି। ଆମେ ଏଭଳି ୬୯ ନିର୍ବାଚନ ପାଇଁ କରିଛୁ, ଯେଉଁଥିରେ ୨ଟି ଲୋକସଭା ନିର୍ବାଚନ ମଧ୍ୟ ରହିଛି। ଆମର ଅନୁମାନ ୬୫% ଠିକ୍ ପ୍ରମାଣିତ ହୋଇଛି। 

ସେ କହିଥିଲେ, ଯେଉଁ ପର୍ଯ୍ୟନ୍ତ ବିଶ୍ବାସନୀୟତା କଥା, ଯାହା ଲୋକ ପ୍ରଶ୍ନ ଉଠାଉଛନ୍ତି, ତାଙ୍କୁ ଆମର ଟ୍ରାକ୍ ରେକର୍ଡ ଦେଖିବା ଦରକାର। ତାଙ୍କୁ ସନ୍ତୋଷ ମିଳିବ।’ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସେ କହିଥିଲେ, ଫଳାଫଳ ୪ ଜୁନ୍‌ରେ ଆସିବ। ମୋତେ ଲାଗୁଛି ରାହୁଲ ଏହା ଜାଣି ଖୁସି ହେବେ ଯେ, ଆକ୍ସିସ୍‌ ମାଇଁ ଇଣ୍ଡିଆ ପୁଣିଥରେ ଠିକ୍ ପ୍ରମାଣିତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.