କୋକସରା ୧୮/୯- ମାନବିକତା ଦେଖାଇଲେ ପ୍ରଦୀପ ମାଝୀ । ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ରାଜ୍ୟ ବିଜେଡିର ସମ୍ପାଦକ ପ୍ରଦୀପ ମାଝୀ ସୋମବାର ଭୁବନେଶ୍ୱରରୁ ନବରଙ୍ଗପୁର ଫେରୁଥିବା ସମୟରେ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ନିକଟରେ ବାଇକରେ ଦୁର୍ଘଟଣା ଘଟିଥିବା ଦେଖିଲେ । ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିବାବେଳେ ପ୍ରଦୀପ ମାଝୀ ନିଜ ଗାଡିରେ ମହିଳାଙ୍କୁ ଆଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁରୁତର ମହିଳା ଜଣକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗାଁର ମଣ୍ଟୁ ଲହଜଳଙ୍କ ପତ୍ନୀ ରିଙ୍କି ଲହଜଳ ବୋଲି ଜଣାପଡିଛି। ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପ୍ରଦୀପ ମାଝୀଙ୍କ ଏହି ଜନସେବାକୁ ନେଇ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।