ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ’ ୩୧ରେ ଭାରତ ଫେରିବା ପୂର୍ବରୁ ଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ ରେବାନ୍ନା

Image Courtesy: hindustantimes

ବେଙ୍ଗାଲୁରୁ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବାନ୍ନା ଆଗୁଆ ଜାମିନ ଆବେଦନ କରିଛନ୍ତି । ମେ ୩୧ରେ ଭାରତ ଫେରିବା ପୂର୍ବରୁ ସେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଭିଡିଓ ଜାରି କରି ପରିବାର ସଦସ୍ୟଙ୍କୁ କ୍ଷମା ମାଗିବା ସହ ମେ’ ୩୧ରେ ଭାରତ ଫେରିଆସିବେ ବୋଲି ପ୍ରଜ୍ବଳ ରେବାନ୍ନା କହିଥିଲେ । ଏହା ସହ ଏସଆଇଟି ନିକଟରେ ହାଜର ହେବା ସହ ତଦନ୍ତ ପ୍ରକ୍ରିୟାରେ ସହାୟତା କରିବେ ବୋଲି କହିଥିଲେ ରେବାନ୍ନା । 

ସେପଟେ ପ୍ରଜ୍ବଳ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯିବ ବୋଲି କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି । ଏପ୍ରିଲ ୨୬ରେ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଦେଶ ଚାଲିଯାଇଥିଲେ ପ୍ରଜ୍ବଳ । ଏହି ପର୍ଯ୍ୟାୟରେ ସେ ପ୍ରାର୍ଥୀ ହୋଇଥିବା ହାସନ ଲୋକସଭା ଆସନରେ ମଧ୍ୟ ଭୋଟିଂ ହୋଇଥିଲା । ତାଙ୍କ ବିରୋଧରେ ଯୌନ କେଳେଙ୍କାରୀ ନେଇ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ ।

ସେପଟେ ଏହି ମାମଲାର ତଦନ୍ତ କରିବା ଲାଗି କର୍ଣ୍ଣାଟକ ସରକାର ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସଆଇଟି) ଗଠନ କରିଛନ୍ତି । ବିଦେଶ ଯିବାର ପ୍ରାୟ ମାସେ ପରେ ସୋମବାର ଦିନ ପ୍ରଜ୍ବଳ ଭିଡିଓ ଜାରି କରିଥିଲେ । ଏହା ସହ ଭାରତ ଫେରିଆସି ତଦନ୍ତରେ ସହାୟତା କରିବେ ବୋଲି କହିଥିଲେ ।  ଏହା ପୂର୍ବରୁ ପ୍ରଜ୍ବଳଙ୍କ ଜେଜେବାପା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ତାଙ୍କୁ ଶୀଘ୍ର ଫେରିଆସିବାକୁ ଚେତାବନୀ ଦେଇଥିଲେ । ଯଦି ମାମଲାରେ ଫ୍ରଜ୍ବଳ ରେବାନ୍ନାଙ୍କ ସଂପୃକ୍ତି ଥାଏ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏଚଡି ଦେବେଗୌଡ଼ା । କେବଳ ଜେଜେବାପା ନୁହନ୍ତଁ ତାଙ୍କ ଦାଦା କୁମାରସ୍ବାମୀ ମଧ୍ୟ ପ୍ରଜ୍ବଳଙ୍କୁ ଫେରିଆସିବାକୁ କହିଥିଲେ । 

  • india
  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.