ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲେକଗୀତକୁ ନୂଆ ରୂପ ଦେଇଥିବା ବର୍ଣ୍ଣାଳୀ ହୋତାଙ୍କ ସହ ପ୍ରମେୟର ସ୍ଵତନ୍ତ୍ର ସାକ୍ଷାତକାର

(ସାକ୍ଷାତକାର : ଚାନ୍ଦିନୀ ମହାପାତ୍ର) ଓଡ଼ିଶାର ଲୋକଗୀତ ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ....’ । ଏହା ପ୍ରତ୍ୟେକ ଓଡ଼ିଆର ମନରେ ସୃଷ୍ଟିକରେ ଜାତିପ୍ରେମ । ଆଜିର ଯୁବପିଢି ହୁଏତ ଭୁଲିଯାଇଥିବେ ଏହି ଗୀତକୁ । ଏଭଳି ସମୟରେ ଲେକଗୀତକୁ ନୂଆ ରୂପ ଦେଇ ଜନମାନସରେ ପ୍ରଶଂସା ସାଉଁଟି ପାରିଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା । ସେ ତାକୁ ନୂଆ ସ୍ୱରରେ ଉପସ୍ଥାପନ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଛି । ଏହି ଆଧାରରେ ସେ ପହଞ୍ଚିଯାଇଛନ୍ତି ଡିଡି ନାସନାଲରେ ପ୍ରଦର୍ଶିତ ‘ଭାରତ କା ଅମୃତ କଲସ’ ରିୟଲିଟି ସୋ’ର ଫାଇନାଲ ରାଉଣ୍ଡ୍‌ରେ । ଏହି ଅବସରରେ ସେ ‘ପ୍ରମେୟ’କୁ ଦେଇଥିବା ସାକ୍ଷାତକାରର କିଛି ଅଂଶ । 

ଫାଇନାଲ୍‌ ରାଉଣ୍ଡ୍‌ ପାଇଁ ଆପଣ କିଭଳି ପ୍ରସ୍ତୁତ ହୋଇଛନ୍ତି ? 

ସୋ’ କୃଷ୍ଣଙ୍କ ଗୀତ ‘ହାଏ କୃଷ୍ଣ'ରୁ ଆରମ୍ଭ କରିଥିଲି । ସୋ’ର ଶେଷ ଏପିସୋଡ୍‌ରେ ଜଗନ୍ନାଥଙ୍କର ‘କୋଠ ଭୋଗଖିଆ’ ଗୀତ ଗାଇବି । ଏଥିସହିତ ‘ନୀଳାଦ୍ରି ଶଙ୍ଖ ମଧ୍ୟେ’ ତଥା ଶରୀର ତତ୍ତ୍ୱ ସଙ୍ଗୀତ ‘ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ’କୁ ନୂତନ ଶୈଳୀରେ ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ଜାରି ରଖିଛି । 

ଜାତୀୟ ସ୍ତରରେ ଓଡ଼ିଶାର ଲୋକଗୀତକୁ ପ୍ରଦର୍ଶନ କରିବାର ଅନୁଭୂତି କେମିତି? 

ଗୋଟେ ରିୟଲିଟି ସୋ’ କୁ ଯିବା ଅଲଗା କଥା ହେଲେ ନିଜ ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶନ କରିବା ହେଉଛି ବଡ଼ ଦାୟିତ୍ୱ । ଲୋକେ ଭଲ ପାଇବା ଦେଲେ ବହୁତ୍‌ ଭଲ ଲାଗେ । 

ଫାଇନାଲ ରାଉଣ୍ଡ୍‌ ପାଇଁ ଓଡ଼ିଶାବାସୀ ଆପଣଙ୍କୁ କିପରି ଭଲ ପାଇବା ଦେଇପାରିବେ? 

ବିଭିନ୍ନ ସାମାଜିକ ଗଣମାଧ୍ୟମ ତଥା ୟୁଟ୍ୟୁବ ମାଧ୍ୟମରେ ଓଡ଼ିଆଙ୍କ ଭଲ ପାଇବା ମୋ ପାଇଁ ଶକ୍ତି ଯୋଗାଇବ । ଏଥିସହିତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ କିଛି ପ୍ରୋତ୍ସାହନ ଆବଶ୍ୟକ । 

ଓଡ଼ିଶାର ଲୋକଗୀତକୁ ଯଥେଷ୍ଟ ପ୍ରୋତ୍ସାହନ ମିଳୁଛି ତ? 

ଅନ୍ୟ ରାଜ୍ୟର ଲୋକଗୀତ ଜାତୀୟ ସ୍ତରରେ ବେଶ୍‌ ଲୋକାଦୃତ । ହେଲେ ଆମ ଲୋକ ଗୀତ କାହିଁକି ସେହି ସ୍ତରକୁ ଯାଇପାରୁନି? ଯେତେବେଳେ କି ଆମର ଲୋକଗୀତ ବେଶ ଉନ୍ନତ । ତେଣୁ ଜାତୀୟ ସ୍ତରରେ କେମିତି ପ୍ରଦର୍ଶନ କରିହେବ ତାହା ଉପରେ ଅନେକ କାମ ହେବା ଦରକାର । ଏଥିପାଇଁ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ଆବଶ୍ୟକ ରହିଛି । 

ଲୋକଗୀତ ମନୋରଞ୍ଜନର ମାଧ୍ୟମ ହୋଇପାରିବ କି? 

ଆମେ ଯଦି ଆମ ଲୋକଗୀତ ସହ ଆଧୁନିକତା ଯୋଡ଼ି ଦେଇପାରିବା ତାହାହେଲେ ଏହା ଲୋକମାନଙ୍କୁ ଅଧିକ ପସନ୍ଦ ଆସିବ । ତେବେ ଏହାର ଅର୍ଥ କେବେ ବି ନୁହେଁ ଯେ, ଗୀତର ସତ୍ୟତାକୁ ହିଁ ମାରିଦିଆଯିବ । 

ଆପଣଙ୍କର ଆଗାମୀ ଲକ୍ଷ୍ୟ କ’ଣ? 

ଫାଇନାଲ ରାଉଣ୍ଡ୍‌ରେ ମୋର ରେଜଲ୍ଟ କ’ଣ ହେବ । ମୁଁ ଏହି ସୋ’ ରେ ନ ଜିତିଲେ ମଧ୍ୟ ଲୋକ ଗୀତକୁ ନେଇ କାମ କରିବା ଜାରି ରଖିବି । ଆମ ଲୋକଗୀତକୁ ନେଇ କାମ କରିବାକୁ ଚାହିଁବି । ଲୋକଗୀତ ହେଉଛି ଲୋକମାନଙ୍କର ଓ ଲୋକମାନଙ୍କ ପାଇଁ । ଯଦି ଲୋକମାନଙ୍କର ସମର୍ଥନ ରହିଲା ତଥା ରାଜ୍ୟ ପକ୍ଷରୁ କିଛି ସାହାଯ୍ୟ ମିଳିଲା ତେବେ ଆମେ ଆମ ଲୋକଗୀତକୁ ଅତି ଉଚ୍ଚ ସ୍ତର ପର୍ଯ୍ୟନ୍ତ ନେଇପାରିବୁ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.