ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚଳନ୍ତା ଟ୍ରେନରୁ ବୃଦ୍ଧାଙ୍କୁ ବଞ୍ଚାଇଲେ ଆରପିଏଫ ଯବାନ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୧୬/୪ :  ଉତ୍ତରପ୍ରଦେଶର ପ୍ରୟାଗରାଜ ରେଲଓ୍ବେ ଷ୍ଟେଶନରେ ଜନୈକ ବୃଦ୍ଧ ବ୍ୟକ୍ତି ଟ୍ରେନ‌ରେ ପୁନଃ ଚଢୁଥିବା ପ୍ରୟାସ କରୁଥିଲେ । ଏହି ସମୟରେ ସେ ତଳେ ପଡ଼ିଯିବାକୁ ଲାଗିଥିଲେ । କିନ୍ତୁ ଘଟଣାସ୍ଥଳରେ ରେଲଓ୍ବେ ସୁରକ୍ଷା ବଳର ଯବାନ ସଞ୍ଜୟ କୁମାର ରାଓ୍ବତ ଉପସ୍ଥିତ ଥିଲେ । ସେ ଯାତ୍ରୀ ଜଣଙ୍କୁ ତଳୁ ଟାଣି ଆଣିଥିଲେ । ଯାହା ଫଳରେ ସେ ପ୍ଲାଟଫର୍ମ ଏବଂ ଟ୍ରେନ୍ ମଧ୍ୟରେ ପଡ଼ୁଥିବାରୁ ବର୍ତ୍ତି ଯାଇଥିଲେ ଏବଂ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ବ୍ୟକ୍ତିଙ୍କ ପରିଚୟ ସଜ୍ଜନ ସିଂହ ବୋଲି ଜଣାପଡ଼ିଛି । ଅପରାହ୍ନ ସମୟରେ ସେ ଖାଦ୍ୟ ଆଣିବାକୁ ପ୍ଲାଟଫର୍ମରେ ଟ୍ରେନରୁ ଓହ୍ଲାଇଥିଲେ । ଟ୍ରେନଟି ଗୁହାଟୀରୁ ବିକାନୋର ଯାଉଥିଲା । ଜୟପୁର ନିବାସୀ ସଜ୍ଜନ ସିଂହ ଦେଖିଥିଲେ କି ତାଙ୍କ ଟ୍ରେନ୍ ଷ୍ଟେଶନରୁ ବାହାରୁଛି ଏବଂ ସେ ତୁରନ୍ତ ନିଜର କୋଚ୍ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା । 

ପ୍ରକାଶ ଯେ, ୬୩ବର୍ଷୀୟ ଏହି ବୃଦ୍ଧା ବ୍ୟକ୍ତି ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରିବା ସମୟରେ ତଳେ ପଡ଼ି ଯାଇଥିଲେ ଓ ପ୍ରାୟ ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଥିବା ଖାଇରେ ପଡ଼ିଯାଇଥିଲେ । ସେତେବେଳେ ତାଙ୍କୁ ରେଲଓ୍ବେ ସୁରକ୍ଷାବଳର ଯବାନ ସଞ୍ଜୟ କୁମାର ରାଓ୍ବତ ବଞ୍ଚାଇଥିଲେ, ଯାହାକି ସେତେବେଳେ ସେ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ । ରାଓ୍ବତ ଦେଖିଥିଲେ କି ସଜ୍ଜନ ସିଂହ ନିଜ ସନ୍ତୁଳନ ହରାଇ ବସିଥିଲେ ଏବଂ କୋଚର ହ୍ୟାଣ୍ଡେଲ ଧରିବାକୁ ପ୍ରୟାସ କରୁଥିଲେ । କିଛି ସେକେଣ୍ଡରେ ତାଙ୍କୁ ବୃଦ୍ଧା ଯାତ୍ରୀଙ୍କ ପଟକୁ ଯିବାର ଏବଂ ତାଙ୍କୁ ଦୂରକୁ ଟାଣି ନେଇଯିବାର ଦେଖାଯାଇଥିଲା । ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା ଏବଂ ତାହାକୁ ଭାରତୀୟ ରେଲଓ୍ବେ ବିଭାଗ ଏକ୍ସରେ ସେୟାର କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.