ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇମ୍ରାନ ଖାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି , ପ୍ରଧାନମନ୍ତ୍ରୀ ହୋଇଥିବା ଶରିଫଙ୍କ ପୂରା ଯୋଜନା

ଇସଲାମାବାଦ : ପାକିସ୍ତାନରେ ଦୀର୍ଘ ଦିନର ଉତ୍ଥାନ ପତନ ପରେ ପାକିସ୍ତାନ ମୁସଲିମ୍‌ ଲିଗ୍‌-ଏନ୍‌ର ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି। ସୋମବାର ରାଷ୍ଟ୍ରପତି ଆରିଫ୍‌ ଅଲଭି ଶେହବାଦ ଶରିଫଙ୍କୁ ସେନା ଓ ଆଇଏସଆଇର ବଡ଼ ବଡ଼ ଅଫିସରଙ୍କ ସମ୍ମୁଖରେ ଶପଥ ପାଠ କରାଇଛନ୍ତି। ପାକିସ୍ତାନର ୨୪ତମ ପିଏମ୍‌ ପଦ ସମ୍ଭାଳିବା କ୍ଷଣି ଶେହବାଜ ଶରିଫ ଇମ୍ରାନ ଖାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି  ଆକ୍ସନର ପୂରା ଫିଲ୍ଡିଂ ବିଲାୱଲ ଭୁଟ୍ଟୋଙ୍କର। ବିଲାୱଲ ଶେହବାଜଙ୍କୁ ଦାବି କରିଛନ୍ତି କି, ସେ ମେ ମାସରେ ହୋଇଥିବା ଘଟଣାର ନ୍ୟାୟିକ ଯାଞ୍ଚ ଆଦେଶ ଦେଇଛନ୍ତି , ଯାହାର ଅଧ୍ୟକ୍ଷତା ନିଜେ ପାକିସ୍ତାନର ମୁଖ୍ୟ ବିଚାରପତି କରିବେ।

ଏହା ପୂର୍ବରୁ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଶପଥ ଗ୍ରହଣ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ସଶସ୍ତ୍ର ବାହିନୀ ଦ୍ୱାରା ଗାର୍ଡ ଅଫ୍‌ ଅନର ପ୍ରସ୍ତୁତ କରାଯାଇଛି। କହି ରଖୁଛି କି , ପିଏମ୍‌ ପଦର ଭୋଟିଂ ପାଇଁ ପାକିସ୍ତାନ ନ୍ୟାସନାଲ ଆସେମ୍ୱଲିରେ ଶେହବାଜ ଶରିଫଙ୍କ ପକ୍ଷରେ ୨୦୧ ଭୋଟ ପଡିଥିଲା। ଅନ୍ୟପଟେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଉମର ଅୟୁବ ଖାନଙ୍କୁ ୯୨ ଟି ଭୋଟ ମିଳିଥିଲା।

ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ , ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ୯ ମେ’ ଘଟଣାର ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗ ଗଠନ କରିବାର ଦାବି କରିଛନ୍ତି , ଯାହାକି ଦୋଷୀଙ୍କୁ ସଜା ମିଳି ପାରିବ ଏବଂ ନିର୍ଦ୍ଦୋଷୀଙ୍କୁ ମୁକ୍ତ କରାଯାଇ ପାରିବ। ନ୍ୟାସନାଲ ଆସେମ୍ୱଲିକୁ ସମ୍ୱୋଧିତ କରି ବିଲାୱଲ ଭୁଟ୍ଟୋ କହିଛନ୍ତି କି, ସରକାରଙ୍କୁ ମୁଖ୍ୟ ନ୍ୟାୟାଧିଶ କାଜି ଫୈଜ ଇସାଙ୍କୁ ଅନୁରୋଧ କରିବା ଉଚିତ କି, ସେ ନିଜର ନେତୃତ୍ୱରେ ଏକ ନ୍ୟାୟିକ ଆୟୋଗର ଗଠନ କରନ୍ତୁ, ଯାହାକୁ କ୍ଷୀର କ୍ଷୀର ପାଣି ପାଣି ହୋଇ ପାରିବ। କିନ୍ତୁ ଆପଣଙ୍କୁ (କହରିକ୍‌-ଏ-ଇନସାଫ୍‌) ଏହି ଆଶ୍ୱାସନା ଦେବାକୁ ହେବ କି ଆପଣ ନ୍ୟାୟିକ ଆୟୋଗର ନିଷ୍ପତ୍ତିକୁ ସ୍ୱୀକାର କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.