ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ରାଜଭବନରେ ରାତ୍ରୀଯାପନ ପରେ ସୋମବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ଵର,୦୫/୦୫: ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ  ବିମାନ ବନ୍ଦରରେ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ବ ଉପସ୍ଥିତ ଥିଲେ। ରାଜଭବନରେ ରାତ୍ରି ଯାପନ କରିବେ ମୋଦୀ। ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଦକ୍ଷିଣ ଓଡ଼ିଶା ଗସ୍ତ କରି ବ୍ରହ୍ମପୁର, ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଭୁବନେଶ୍ଵର ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବା ସହ ରୋଡ୍ ଶୋ କରିଥିଲେ। ଏହାପରେ ଦିଲ୍ଲୀ ଫେରିଥିଲେ ଏବଂ ସେଠାରୁ ଓଡ଼ିଶା ଅଭିମୁଖେ ଗସ୍ତ କରିଛନ୍ତି। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଭୁବନେଶ୍ବର ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁସାରେ SPG ସହ ଆଲୋଚନା କରାଯିବା ସହ ବିମାନବନ୍ଦରରେ CISF ଆଉ ପୋଲିସ ମୁତୟନ ହୋଇଛନ୍ତି I ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ କରାଯାଇଛି । ଏନେଇ କାରକେଡ୍ ରିହର୍ସଲ କରାଯାଇଥିଲାI ସୁରକ୍ଷା ପାଇଁ ୩ ଜଣ ଡିସିପି, ୧୦ ଜଣ ଏସିପି, ୧୭ ଜଣ ଆଇଆଇସି, ୯୦ ଜଣ ଏସ୍ଆଇ/ଏଏସ୍ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି I ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ୍ କରାଯାଇଛି।

ଖାଲି ସେତିକି ନୁହେଁ, ସପ୍ତାହକ ଭିତରେ ମୋଦୀ ପୁଣି ଆସିବେ ଓଡ଼ିଶାକୁ । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖରେ ମୋଦୀ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ । ରାଜଧାନୀରେ ରୋଡ୍ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ । 

ସେହିପରି ୧୧ ତାରିଖରେ ବଲାଙ୍ଗୀର ଗସ୍ତ କରି ଜନସଭାକୁ ସମ୍ବୋଧିତ କରିପାରନ୍ତି । ମାତ୍ର ଏ ନେଇ ବିଧିବଦ୍ଧ ସୂଚନା ଜାରି କରାଯାଇନାହିଁ । ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି, ମୋଦି ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ପୂରା ଉତ୍ସାହିତ ଅଛି। 

ଏପଟେ ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ରାଜ୍ୟ ପାଇଁ ଇସ୍ତାହାର ଜାରି କରିବେ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବେ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଦୁଇଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସେ ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି । ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସମ୍ପାଦକମାନଙ୍କ ସହ ଆଲୋଚନା କରିଛନ୍ତି ଜୟଶଙ୍କର । ଏହାସହିତ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ୧୦ ବର୍ଷର କାମ ହିସାବ ଦେବା ସହ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିଛନ୍ତି । ରବିବାର ସେ କଟକରେ କର୍ମୀମାନଙ୍କୁ ଉତ୍ସାହିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.