ନୂଆଦିଲ୍ଲୀ,୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଆସିଛି ନୂଆ ଅତିଥି । ଏନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବାସଭବନରେ ଥିବା ଗୋମାତା ଏକ ବାଛୁରୀକୁ ଜନ୍ମ ଦେଇଛି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ନୂଆ ଅତିଥିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, “ଏ ଆମ ଶାସ୍ତ୍ରରେ କୁହାଯାଇଛି - ଗାବଃ ସର୍ବସୁଖ ପ୍ରଦାଃ’। ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ପରିବାରରେ ଏକ ନୂତନ ସଦସ୍ୟର ଶୁଭଆଗମନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରିୟ ଗୋମାତା ଏକ ବାଛୁରୀ ଜନ୍ମ ଦେଇଛନ୍ତି। ଯାହାର କପାଳରେ ଆଲୋକର ଚିହ୍ନ ରହିଛି। ତେଣୁ ସେହି ବାଠୁରୀର ନାମ ଦିପଜ୍ୟୋତି ରଖିଥିବା କହିଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ତେବେ ବାଛୁରୀ ପ୍ରତି ତାଙ୍କର ସ୍ନେହ ଏବଂ ଆନ୍ତରିକତା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି । ୫୦ ମିନିଟରେ ପ୍ରାୟ ତିନି ଲକ୍ଷ ଲୋକ ଏହି ଭିଡିଓକୁ ଦେଖିଥିବା ଜଣାପଡିଛି ।