ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,୩୦/୦୩: ଭୁବନେଶ୍ୱରର ୩  ବିଧାନସଭା ଆସନରେ ଏଯାଏଁ ଟିକଟ ଘୋଷଣା କରିନାହିଁ  ବିଜେଡି । ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ବି  ବିଧାନସଭାକୁ ନେଇ ଦ୍ୱନ୍ଦ୍ୱ ଛିଣ୍ଡୁନି । ତିନି ବିଧାୟକ ଟିକଟ ପାଇବାକୁ ଦୃଢ଼ ଆଶାବାଦୀ ଥିଲେ ମଧ୍ୟ ସବୁ ଆସନରେ ଦଳ ଭିତରୁ ଆଶାୟୀ ବି ମୁଣ୍ଡ ଟେକି ଟିକଟ ପାଇଁ ଲବି  କରୁଛନ୍ତି । ଏମିତି ସ୍ଥିତିରେ ବିଜେଡିକୁ ଲାଗିଛି ବଡ ଝଟକା।  ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଏନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ପ୍ରିୟଦର୍ଶୀ ମିଶ୍ର ।୨୦୧୪ରୁ ୨୦୨୯ ଯାଏ ଉତ୍ତର ବିଧାୟକ ଥିଲେ।

ସୂଚନା ମୁତାବିକ, ବିଜେଡିର ଜଣେ ଟାଣୁଆ ଯୁବ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ପ୍ରିୟଦର୍ଶୀ ମିଶ୍ର । ଯାହାଫଳରେ ପାର୍ଟି ପ୍ରିୟଦର୍ଶୀ ମିଶ୍ରଙ୍କୁ ୨୦୨୪ରେ ଭୁବନେଶ୍ୱରର ଉତ୍ତର ଆସନରୁ ବିଧାୟକ ଭାବେ ପ୍ରାର୍ଥୀ କରିଥିଲା । ଆଉ ଏହି ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବହୁ ଭୋଟରେ ପରାସ୍ତ କରିଥିଲେ ପ୍ରିୟଦର୍ଶୀ ମିଶ୍ର ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.