ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକ ବିଧାନସଭା ବାହାରେ କଂଗ୍ରେସର ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ୍, ପ୍ରମାଣିତ କଲା ଫରେନସିକ୍ ରିପୋର୍ଟ...

ନୂଆଦିଲ୍ଲୀ: କର୍ଣ୍ଣାଟକରେ ରାଜ୍ୟସଭା ସାଂସଦ ନାସିର ହୁସେନ୍‌ଙ୍କ ବିଜୟ ପରେ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦିଆଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଫରେନସିକ୍ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ, କର୍ଣ୍ଣାଟକ ବିଧାନସଭା ବାହାରେ 'ପାକିସ୍ତାନ ଜିନ୍ଦାବାଦ'ର ସ୍ଲୋଗାନ ଦିଆଯାଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଫୋରେନସିକ୍ ରିପୋର୍ଟର ଦାବି କରାଯାଇଛି । 

ଇଣ୍ଡିଆ ଟୁଡେ ଏହାର ଖବରରେ ସୂତ୍ରରୁ ପ୍ରକାଶ ଯେ, କଂଗ୍ରେସ ପ୍ରାର୍ଥୀ ରାଜ୍ୟସଭା ବିଜୟ ଉତ୍ସବରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦିଆଯାଇଛି ବୋଲି ଫରେନସିକ୍ ବିଶେଷଜ୍ଞମାନେ ଏହା ପ୍ରମାଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଉଭୟ ଭିଡିଓ ଏବଂ ଅଡିଓରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଗୁଡ଼ିକ ନିଶ୍ଚିତ ହୋଇଛି ଏବଂ ଏହି ଫୁଟେଜରେ କୌଣସି ଅନୀୟମିତତା ହୋଇନାହିଁ । 

ଏହି ମାମଲାରେ ପଚରାଉଚରା ପାଇଁ ମହମ୍ମଦ ଶାଫିକ୍ ନାସିପୁଡିଙ୍କୁ ହେପାଜତକୁ ନିଆଯାଇଛି ବୋଲି ହାଭେରୀ ପୋଲିସ ଅଧୀକ୍ଷକ ଅନସୁକୁମାର କହିଛନ୍ତି । ହାଭେରୀ ଅଧୀକ୍ଷକ କହିଛନ୍ତି, “ଫେବୃଆରୀ ୨୭ ରେ କର୍ଣ୍ଣାଟକ ବିଧାନସଭାରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେବା ନେଇ ବିଧାନସୌଧ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜଣେ ସନ୍ଦିଗ୍ଧ ମହମ୍ମଦ ଶାଫିକ୍ ନାସିପୁଡିଙ୍କୁ ବେଙ୍ଗାଲୁରୁ ପୋଲିସ ହେପାଜତକୁ ଆଣିଛି । 

ଫେବୃଆରୀ ୨୭ ସନ୍ଧ୍ୟାରେ ଏହି ଘଟଣା ସାମ୍ନାକୁ ଆସିଥିଲା । କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ସୟଦ ନାସିର ହୁସେନ୍‌ଙ୍କ ବିଜୟ ଉତ୍ସବ ପାଳନ କରୁଥିବାବେଳେ ହଠାତ୍ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦିଆଯାଇଥିଲା। ବିଜେପି ନେତାମାନେ ଏହି ସମ୍ପର୍କିତ ଭିଡିଓକୁ ବାହାର କରି ଅନେକ ଉତ୍ତେଜନା ସୃଷ୍ଟି କରିଥିଲେ। ଫେବୃଆରୀ ୨୭ ତାରିଖ ବିଳମ୍ବିତ ରାତିରେ ବିଜେପି ନେତାମାନେ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.