ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ନୂଆ ଡିଏମ୍‌ଇଟି, ଏମ୍‌କେସିଜି ଅଧ୍ୟକ୍ଷ ହେଲେ ଡା. ସୁଚିତ୍ରା ଦାଶ

ଭୁବନେଶ୍ୱର,୨୮/୦୫: ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ହେଲେ ଡାଇରେକ୍ଟର ମେଡିକାଲ ଏଜୁକେସନ୍‌ ଆଣ୍ଡ ଟେନ୍ରିଂ (ଡିଏମ୍‌ଇଟି)। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ମିଶ୍ର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ପ୍ରଫେସର ମିଶ୍ରଙ୍କ ସ୍ଥାନରେ ଏମ୍‌କେସିଜି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।  ପୂର୍ବରୁ ଡିଏମ୍‌ଇଟି ଦାୟିତ୍ୱରେ ଥିବା ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ପଦବିକୁ ଫେରାଇ ନିଆଯାଇଛି । ନିର୍ବାଚନ କମିଶନ ନୂତନ ନିଯୁକ୍ତି ନେଇ ଅନୁମତି ପ୍ରଦାନ କରିଛନ୍ତି । 

ସୂଚନାଯୋଗ୍ୟ, ଜଣେ ପ୍ରାଶାସନିକ ଅଧିକାରୀଙ୍କୁ ଡିଏମ୍‌ଇଟି ନିଯୁକ୍ତି ନେଇ ଡାକ୍ତରୀ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସରୋଜ କୁମାର ମିଶ୍ରଙ୍କ ସ୍ଥାନରେ ଅଭିଜ୍ଞ ପ୍ରଫେସରଙ୍କୁ ଡିଏମ୍‌ଇଟି ପଦବିରେ ନିଯୁକ୍ତି ନେଇ ଦାବି କରାଯାଇଥିଲା । ଏନେଇ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.