ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଘରେ ନିଆଁ ଲାଗି ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ

ଚନ୍ଦାହାଣ୍ଡି ,୪।୮ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର  ଗ୍ରାମ ଝରିଆ ସାହିର ବୁଲୁ ପାଣିଗ୍ରାହୀଙ୍କ ଘରେ ନିଆଁ ଲାଗି ସମସ୍ତ ଆସବାବପତ୍ର  ପୋଡି ପାଉଁଶ ହୋଇଯାଇଛି। ପ୍ରାୟ ଘରେ ଥିବା ୨ ଲକ୍ଷ ଟଙ୍କା ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। 

 ଚନ୍ଦାହାଣ୍ଡି ସଦର ଝରିଆ ସାହିର ବୁଲୁ ପାଣିଗ୍ରାହୀ ମେଡିକାଲରେ କ୍ୟାଣ୍ଟିନ ଦେଇଥିବାରୁ  ତାଙ୍କ ଘରେ ତାଙ୍କ ବୁଢୀ ମା’ଏବଂ ସେ ରହି ଥାନ୍ତି l ବୁଲୁ  କ୍ୟାଣ୍ଟିନକୁ ଚାଲିଗଲେ ତାଙ୍କ ମା‘ ଏକାକୀ ରୁହନ୍ତି l ରବିବାର ନ ମା’ ପାଖ ଭଉଣୀ ଘରେ ରହି ଥିବା ସମୟ ରେ ଘରେ ନିଆଁ ଲାଗି ଧୂଆଁ ବାହାରୁ ଥିବା ଦେଖି  ପାଖ ପଡୋଶୀ ଲୋକ ବୁଲୁକୁ ଖବର ଦେଇଥିଲେ l ସେ ଘରକୁ ଆସି ଦେଖିବାରୁ ଘରେ ଥିବା ଦୁଇଟି ଟିଭି ଫ୍ରୀଜ଼, କୁଳର ଏସି ଆସବାପତ୍ର ପୋଡି ପାଉଁଶ ହୋଇ ଯିବା ସହ  ଘର ଛାତରେ ନିଆଁ ଲାଗି ଜଳୁଥିବା ଦେଖି ଦମକଳ ବାହିନୀକୁ ଫୋନ  କରିଥିଲେ। ସେମାନେ ନିଆଁକୁ ଆୟତ୍ତ କରିଥିଲେ l ଘରେ ଥିବା ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇ ଥିଲା l  ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ଘର  ପୋଡି ଥିବା ନେଇ ଅନୁମାନ କରାଯାଉଛି l

 ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକାଙ୍କ ନିର୍ଦେଶ କ୍ରମେ ଚନ୍ଦାହାଣ୍ଡି  ଏଆରଆଇ  ଅନନ୍ତ କୁମାର ସିନ୍ନା ଘଟଣା ସ୍ଥଳକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଦୁଇଟି ପଲିଥିନ  ପ୍ରଦାନ କରିଛନ୍ତି l  ଖବର ପାଇ ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ ଘଟଣା ସ୍ଥଳକୁ ଯାଇ ବିପନ୍ନ ପରିବାରକୁ ଭେଟିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.