ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଲୁହରେ ଭିଜିଲା ଜନ୍ମଦିନ ଖୁସି, ଅନଲାଇନରେ କେକ୍ ମଗାଇ ଖାଇବା ପରେ ପରିବାର ଅସୁସ୍ଥ, ଆଖି ବୁଜିଲେ ନାବାଳିକା

ଚଣ୍ଡିଗଡ଼, ୩୧/୦୩: ନିଜ ଜନ୍ମଦିନ ପାଇଁ ଅନଲାଇନରେ କେକ୍ ମଗାଇଲେ । କେକ୍ କାଟି ଖାଇବା ପରେ ସେହି ରାତିରେ ହିଁ ଆଖି ବୁଜିଦେଲେ ନାବାଳିକା । ପଞ୍ଜାବରେ ଅନଲାଇନ୍ ଜନ୍ମଦିନ କେକ୍ ମଗାଇ ଖାଇବା ପରେ ଜଣେ ୧୦ ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଛି । ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି ।

ସୂଚନା ଅନୁସାରେ, ଗତ ସପ୍ତାହରେ ନାବାଳିକାଙ୍କ ଜନ୍ମଦିନ ପାଇଁ ପରିବାର ଲୋକେ ଅନଲାଇନରେ ଅର୍ଡର କରିଥିଲେ କେକ୍ । ଉକ୍ତ କେକ୍ ଖାଇବା ପରେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପଟିଆଲାର ଏକ ବେକେରିରୁ କେକଟି ଅନଲାଇନରେ ଅର୍ଡର କରାଯାଇଥିଲା ।

ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୦ ବର୍ଷୀୟ ମାନଭୀ ବର୍ଥ ଡେ କେକ୍ କାଟିଥିଲେ । ମୃତ୍ୟୁ ପୂର୍ବରୁ ମାନଭୀ ପରିବାର ଗହଣରେ ଜନ୍ମଦିନ କେକ୍ କାଟି ସେଲିବ୍ରେସନ୍ କରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସେଦିନ କେକ୍ କାଟି ଖାଇବାର ମାତ୍ର ୩ ଘଣ୍ଟା ପରେ ରାତି ୧୦ଟାରେ ପୂରା ପରିବାର ଅସୁସ୍ଥ ଅନୁଭବ କରିଥିଲା । ମାନଭୀଙ୍କ ଜେଜେମାଙ୍କ କହିବା ଅନୁସାରେ, ପ୍ରଥମେ ମାନଭୀଙ୍କ ବଡ଼ ଭଉଣୀ ବାନ୍ତି କରିଥିଲେ । ମାନଭୀ ପାଣି ମାଗିବା ସହ ପାଟି ଶୁଖି ଯାଉଥିବା କହିଥିଲେ । ଏହା ପରେ ସେ ଶୋଇବାକୁ ଚାଲି ଯାଇଥିଲା ।

ସକାଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକ ମେଡିକାଲ୍ ଯାଇଥିଲେ । ମାନଭୀକୁ ଅକ୍ସିଜେନ୍ ଦିଆଯିବା ସହ ଇସିଜି କରାଯାଇଥିଲା । ତେବେ ହସ୍ପିଟାଲରେ ଡାକ୍ତର ମାନଭୀକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଅନଲାଇନରେ ଅର୍ଡର କରାଯାଇଥିବା କେକଟିରେ କୌଣସି ବିଷାକ୍ତ ସାମଗ୍ରୀ ମିଶିଥିଲା । ଏନେଇ ବେକେରି ବିରୋଧରେ ପୋଲିସରେ ଅଭିଯୋଗ ହୋଇଥିବା ବେଳେ କେକ୍ ସାମ୍ପୁଲକୁ ପରୀକ୍ଷଣ ପାଇଁ ପଠା ଯାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.