ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମ୍‌ କରନ୍‌ଙ୍କ ଦମଦାର୍‌ ଅର୍ଦ୍ଧଶତକ; ୪ ଓ୍ବିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍‌ସ

Image source: NDTV

ଚଣ୍ଡିଗଡ଼,୨୩/୦୩: ଆଇପିଏଲ ୨୦୨୪ ର ଦ୍ୱିତୀୟ ମ୍ୟାଚ୍ ଚଣ୍ଡିଗଡ଼ର ମହାରାଜା ୟଜବିନ୍ଦ୍ର ସିଂ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ। ଯଦିଓ ଦିଲ୍ଲୀ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଜାରୀ ରଖିଥିଲା ତଥାପି ଶେଷ ଓଭରରେ ଅଭିଶେଷ ପୋରେଲ ହର୍ଷଲ ପଟେଲଙ୍କ ଓଭରରେ ୨୫ ରନ୍‌ କରି ଦିଲ୍ଲୀକୁ ୧୭୪ ରନ୍‌ରେ ପହଞ୍ଚାଇଥିଲେ। ତେବେ ୧୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ପଞ୍ଜାବର ପ୍ରାରମ୍ଭିକ ପ୍ରଦର୍ଶନ ଭଲ ନଥିଲା। ଲଗାତାର ଓ୍ବିକେଟ ଖସିବା ପରେ ଦଳକୁ ଦୃଢ଼ ସ୍ଥିତିକୁ ଆଣିଥିଲେ ସାମ୍‌ କରନ। ପରିଶେଷରେ ପଞ୍ଜାବ କିଙ୍ଗ୍‌ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ଓ୍ବିକେଟରେ ହରାଇଥିଲା।

ଦଳ ପକ୍ଷରୁ ଅଭିଷେକ ପୋରେଲ ୧୦ ବଲ୍‌ରୁ ୩୨ ରନ, ସାଇ ହୋପ୍‌ ୩୩ ରନ କରିଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୯ ରନ କରିଛନ୍ତି। ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ସାମ କରନଙ୍କ ୬୩ ରନ ବଳରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଲିୟାମ ଲିଭିଙ୍ଗଷ୍ଟୋନ ଅପରାଜିତ ୩୮ ରନର ଉଲ୍ଲେକନୀୟ ଇନିଂସ ଖେଳିଛନ୍ତି। ଶିଖର ଧାଓ୍ଵନ ୨୨ ରନ ଓ ପ୍ରଭସିମରନ ସିଂ ୨୬ ରନ କରିଥିଲେ। ଅନ୍ୟପଟେ ଋଭଷ ପନ୍ତ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ପରାଜୟର ସ୍ଵାଦ ଚାଖିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.