ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମ୍ନାକୁ ଆସିଲା ଆପ୍ ମନ୍ତ୍ରୀ ବଲକାର ସିଂହଙ୍କ ଆପତ୍ତିଜନକ ଭିଡିଓ, ତଦନ୍ତ ଦାବି

ନୂଆଦିଲ୍ଲୀ,୨୮/୫:ପଞ୍ଜାବର ଆମ୍ ଆଦମୀ ପାର୍ଟୀ ମନ୍ତ୍ରୀ ବଲକାର ସିଂହଙ୍କ ଏକ ଆପତ୍ତିଜନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଚାକିରି ଦେବା ଆଳରେ ଶାରୀରିକ ସଂମ୍ପର୍କ ରଖିବାକୁ କହୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ବେଶ ଭାଇରାଲ ହୋଇଥିବା ବେଳେ ସୋମବାର ଏକାଧିକ ବିଜେପି ନେତା ଏହି ଭିଡିଓକୁ ସେୟାର କରିଥିଲେ। ଯାହା ଫଳରେ ଘଟଣାଟି ସାମ୍ନାକୁ ଆସିଛି।

ତେବେ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ବଲକାର ସିଂହଙ୍କୁ ଯୁବତୀ ଜଣଙ୍କ ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଏହାର ଫାଇଦା ଉଠାଇ ସେ ଯୁବତୀଙ୍କୁ ଉଲଗ୍ନ ହେବାକୁ ଭିଡିଓ କଲରେ ବାଧ୍ୟ କରିଥିଲେ। ଏଥିସହ ଯୁବତୀଙ୍କୁ ନିଜର ଗୁପ୍ତାଙ୍ଗ ଦେଖାଇଥିଲେ।ଏହି ଘଟଣାକୁ ନେଇ ବିବାଦ ବଢ଼ିବାରୁ ଜାତୀୟ ମହିଳା କମିଶନ ପଞ୍ଜାବ ପୋଲିସ୍‌କୁ  ଭିଡିଓର ତଦନ୍ତ କରିବାକୁ କହିଛନ୍ତି। ଏଥିସହ ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ମହିଳା କମିଶନ କହିଛନ୍ତି, ଏକ୍ସରେ ପୋଷ୍ଟ ହୋଇଥିବା ପଞ୍ଜାବ ବିଧାୟକ ବଲକାର ସିଂହଙ୍କ ଗୋଟିଏ ଭିଡିଓ ଅତ୍ୟନ୍ତ ଆପତ୍ତିଜନକ। ଯଦି ଅଭିଯୋଗ ସତ୍ୟ, ତା’ହେଲେ ଏହା ଆଇପିସିର ଧାରା ୩୫୪ ଓ ୩୫୪ବିର ସିଧା ଉଲ୍ଲଙ୍ଘନ।ଏହା ଜଣେ ମହିଳାଙ୍କ ଆତ୍ମସମ୍ମାନକୁ ପ୍ରଭାବିତ କରୁଛି। ତେଣୁ ପଞ୍ଜାବ ପୋଲିସ୍‌ ମୁଖ୍ୟ ଗୌରଭ ଯାଦବ ଏହାକୁ ବେଶ ସତର୍କତାର ସହ ତଦନ୍ତ କରନ୍ତୁ ଓ ଯଦି ଅଭିଯୋଗ ସତ, ତା’ହେଲେ ବଲକର ସିଂହଙ୍କୁ ଗିରଫ କରନ୍ତୁ ବୋଲି କମିଶନ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.