ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସ୍ନାନବେଦୀରେ ମଙ୍ଗଳ ଆଳତି ଓ ମଇଲମ ଲାଗି ନୀତି ସମ୍ପନ୍ନ, ୧୨ଟା ୨୦ରେ ହେବ ଜଳବିଜେ ନୀତି

ପୁରୀ, ୨୨/୦୬ : ରତ୍ନ ସିଂହାସନ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧା ମୂରତି। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଶ୍ରୀବିଗ୍ରହ। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର। ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଏହି ମଧ୍ୟରେ ସ୍ନାନବେଦୀରେ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତି, ମଇଲମ ଲାଗି, ତଡ଼ପ ଲାଗି, ଓ ଅବକାଶ ନୀତି। 

WATCH LIVE : ସ୍ନାନ ପୁର୍ଣିମା ସିଧାପ୍ରସାରଣ ପୁରୀରୁ | ପ୍ରଥମ ଥର ପାଇଁ ପ୍ରମେୟ ଓଡ଼ିଆରେ | Prameya Odia

ମଧ୍ୟାହ୍ନ ୧୨ଟା ୨୦ରେ ମହାପ୍ରଭୁଙ୍କର ଆରମ୍ଭ ହେବ ଜଳବିଜେ ନୀତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଅପରାହ୍ନ ୩ଟାରେ ହେବ ଛେରା ପହଁରା ନୀତି। ଏହାପରେ ୩ଟା ୪୦ରୁ ହେବ ହାତୀ ବେଶ। ସନ୍ଧ୍ୟା ୭ଟା ୩୦ରୁ ରାତି ସାଢେ ୧୦ଟା ଯାଏଁ ହେବ ସାହାଣମେଲା ଦର୍ଶନ। ଗଜବେଶରେ ଦର୍ଶନ ଦେବେ ମହାବାହୁ। ଏଥିପାଇଁ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବେଶ ଓ ତିନି ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରା ପାଇଁ ପୁରୀ ଆଜି ଲୋକାରଣ୍ୟ ହୋଇଛି। ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ। 

  • prameyanews
  • PrameyaOdia
  • prameya
  • Deva Snana Purnima 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.