ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେୟାର ମାର୍କେଟରେ ହ୍ରାସ ହେବା ଘଟଣା ନେଇ ମୋଦି-ଶାହଙ୍କୁ ଦାୟୀ କଲେ ରାହୁଲ

ନୂଆଦିଲ୍ଲୀ, ୭/୬: ଜୁନ ୪ରେ ଲୋକସଭା ନିର୍ବାଚନ ଫଳ ଦିନ ବମ୍ବେ ଷ୍ଟକ ବଜାରର ସେନସେକ୍ସ ୪,୩୦୦ ପଏଣ୍ଟ ହ୍ରାସ ପାଇଥିଲା । ନିବେଶକମାନେ ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଥିଲେ । ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ଫଳ ବାହାରିବା ପୂର୍ବରୁ ବିଜେପି ବଡ ବିଜୟ ପାଇବା ନେଇ ବିଭ୍ରାନ୍ତିକର ଏକଜିଟ୍ ପୋଲ ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଏହି ଭବିଷ୍ୟବାଣୀ କରାଯାଇଥିଲା । ଯାହାଫଳରେ ଫଳାଫଳ ଦିନ ମାର୍କେଟରେ ନିବେଶକ ୩୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲ ।

ରାହୁଲ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଷ୍ଟକ ମାର୍କେଟରେ ନିବେଶ ପାଇଁ କାହିଁକି ପ୍ରଧାନମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଥିଲେ । କାହିଁକି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ୫ କୋଟି ନିବେଶକଙ୍କୁ ଷ୍ଟକ କିଣିବାକୁ କହିଥିଲେ । ପ୍ରଥମ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ନିବେଶକଙ୍କୁ ଷ୍ଟକ କିଣିବା ଲାଗି ପରାମର୍ଶ ଦେଇଥିଲେ । ଜୁନ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମାର୍କେଟ ସବୁ ରେକର୍ଡ ଭାଙ୍ଗିବ ବୋଲି କହିଥିଲେ । ହେଲେ ଜୁନ ୪ରେ ଭୋଟ ଗଣତି ଆରମ୍ଭ ପରେ ବିଜେପିର ପ୍ରଦର୍ଶନ ଭଲ ନ ରହିବା କାରଣରୁ ସେନସେକ୍ସ ଦ୍ରୁତଗତିରେ ତଳକୁ ଖସିଥିଲା । ଏଥିଯୋଗୁଁ ନିବେଶକ ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିଲେ । ଏହି ଘଟଣାର ଜେପିସି ତଦନ୍ତ ଦାବି କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମର ପୁରା ବିଶ୍ବାସ ଷ୍ଟକ ବଜାରରେ ବଡ ଘୋଟାଲା ହୋଇଛି । ଭାରତୀୟ ଖୁଚୁରା ନିବେଶକଙ୍କ ମୂଲ୍ୟରେ କେହି ଜଣେ ହଜାର ହଜାର କୋଟି ଟଙ୍କା ରୋଜଗାର କରିଛି ।  ତେଣୁ ଏହାର ଜେପିସି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ।


  • prameyanews
  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.