ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି; ମାନହାନୀ ମମଲାରେ ବେଙ୍ଗାଲୁରୁର ସ୍ପେଶାଲ କୋର୍ଟ ଦେଲେ ଜାମିନ

Image source: TV9

ବେଙ୍ଗାଲୁରୁ,୦୭/୦୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଶୁକ୍ରବାର (ଜୁନ୍ ୭ ତାରିଖ) ଦିନ ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତ ବର୍ଷ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାନହାନୀ ମାମଲା ପଞ୍ଜିକୃତ ହୋଇଥିଲା। ସେତେବେଳେ ରାହୁଲ ଗାନ୍ଧୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କୁ ଦୁର୍ନିତୀଖୋର ବୋଲି ଅଭିଯୋଗ କରିଥିଲେ। ଏଥିରେ ସେ କହିଥିଲେ ଯେ, ବିଜେପି ସରକାର ପ୍ରକଳ୍ପଗୁଡିକରେ ୪୦ ପ୍ରତିଶତରୁ ଅଧିକ କମିଶନ ନିଅନ୍ତି। 

ଏଥି ସହିତ ରାହୁଲ ଗାନ୍ଧୀ ଏକ ବିଜ୍ଞାପନ ପ୍ରକାଶ କରି ଏହାର ପ୍ରଚାର ପ୍ରସାର କରିଥିଲେ। ଏହି ପ୍ରସଙ୍ଗରେ ବିଜେପିର କେଶବ ପ୍ରସାଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। କେଶବ ପ୍ରସାଦ କହିଥିଲେ ଯେ ଗତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସିଦ୍ଧରମୈୟା ଏବଂ ଶିବକୁମାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଥ୍ୟା ଅଭିଯୋଗ କରିଥିଲେ, ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଆଇପିସିର ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସମ୍ପୁର୍ଣ୍ଣ ମାମଲା କ'ଣ?

ଗତ ବର୍ଷ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଅନେକ ଖବରକାଗଜରେ ସରକାର ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ 'ଦୁର୍ନୀତି ହାର୍‌ କାର୍ଡ' ନାମକ ଅପମାନଜନକ ବିଜ୍ଞାପନ ଜାରି କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା। 

ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ। ଏହି ମାମଲାରେ ୧ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ବିଜେପି ନେତାଙ୍କ ଓକିଲ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଦାବି କରିଥିଲେ।


 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.