ପ୍ରମୂଖ ଖବର
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭଗବାନ ଶିବ ଓ ହିନ୍ଦୁଙ୍କୁ ନେଇ ରାହୁଲଙ୍କ ମନ୍ତବ୍ୟ ପରେ ସଂସଦରେ ହଙ୍ଗାମା, ଠିଆ ହୋଇ ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ବିରୋଧ

ନୂଆଦିଲ୍ଲୀ,୧।୭: ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ବିରୋଧି ଦଳ ନେତା ରାହୁଲ ଗାନ୍ଧି ଆଲୋଚନା ଆରମ୍ଭ କରିଥିଲେ। ସମ୍ବିଧାନ ବାହାନରେ ମୋଦି ସରକାରଙ୍କ ଉପରେ ସେ ଜୋରଦାର ଟାର୍ଗେଟ କରିଥିଲେ। ସମ୍ବିଧାନର କପି ହାତରେ ଧରି ରାହୁଲ ନିଜ ଭାଷଣର ଆରମ୍ଭ କରିଥିଲେ। ଏହି ସମୟରେ ରାହୁଲ ଏଭଳି କିଛି ବୟାନ ଦେଇଥିଲେ ଯେ, ତାକୁ ନେଇ ହଙ୍ଗାମା ଆରମ୍ଭ ହୋଇଥିଲା। ରାହୁଲଙ୍କ ମନ୍ତବ୍ୟକୁ ନେଇ ଖୋଦ୍  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିଆ ହୋଇ ବିରୋଧ କରିଥିଲେ ।

ରାହୁଲ ଲୋକସଭାରେ କହିଥିଲେ, ବିଜେପି ଲଗାତାର ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଏହାର ପରିଣାମ ନିର୍ବାଚନରେ ଦେଖିବାକୁ ମିଳିଛି। ଆମର ବହୁ ନେତାଙ୍କୁ ଜେଲ୍‌ରେ ପକାଇ ଦିଆଯାଉଛି। ଜଣେ ନେତା ଏବେ ବି ଜେଲ୍‌ରେ ଅଛନ୍ତି।  ମେ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏହା ଦେଶର ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ କରାଯାଇଛି। ମୋ ଉପରେ ୨୦ରୁ ଅଧିକ ମାମଲା ରହିଛି ଓ ଦୁଇ ବର୍ଷର ସଜା ଶୁଣାଯାଇଛି। ମୋ ଠାରୁ ଘର ଛଡାଇ ନିଆଗଲା ଓ ମିଡିଆରେ ୨୪ ଘଣ୍ଟା ମୋ ବିରୋଧରେ ପ୍ରଚାର ଚାଲିଛି। ୫୫ ଘଣ୍ଟା ପର୍ଯ୍ୟନ୍ତ ମୋତେ ପଚରା ଉଚରା କରାଗଲା। ଏହି ସମୟରେ ରାହୁଲ ସଂସଦରେ ଭଗବାନ ଶିବଙ୍କ ଫଟୋ ଧରି କହିଥିଲେ, ମୁଁ ଭଗବାନଙ୍କ ଶରଣରେ ଥିଲି।ତାଙ୍କ ପାଇଁ ଖରାପ ପରିସ୍ଥିତି ସହ ଲଢିବାର ସାହାସ ମିଳିଲା। ଭଗବାନ ଶିବ ବିଷ ପିଇ ନୀଳକଣ୍ଠ ହୋଇଯାଇଥିଲେ। ସେଭଳି ବିରୋଧି ଆମକୁ ଜହର ପିଆଉଛନ୍ତି। ଭଗବାନଙ୍କ ତିନୋଟି ପ୍ରତୀକର ଆଲେଚନା କରି କହିଥିଲେ ତ୍ରୀଶୂଳ ଆମକୁ ଅହିଂସା ବାର୍ତ୍ତା ଶିକ୍ଷାଦିଏ। ଏହାଛଡା ତାଙ୍କ ଅଭୟ ମୁଦ୍ରାରେ ଥିବା ହାତ  କଂଗ୍ରେସର ପ୍ରତୀକ ଭଳି ରହିଛି। 

ମୋଦିଜୀ ନିଜ ଭାଷଣରେ ଥରେ କହିଥିଲେ ଭାରତୀୟ କେବେ ବି କାହା ଉପରେ ଆକ୍ରମଣ କରନ୍ତି ନାହିଁ। ଏହାର କାରଣ ହେଉଛି ଭାରତ ଅହିଂସାର ଦେଶ। ଆମର ମହାପୁରୁଷ ଏହି ବାର୍ତ୍ତା ଦେଇଛନ୍ତି। ଡରନି, କିମ୍ବା କାହାକୁ ଡରାଅ ନାହିଁ। ଅନ୍ୟ ପକ୍ଷେ ଯେଉଁ ଲୋକ ନିଜକୁ ନିଜେ ହିନ୍ଦୁ କୁହନ୍ତି ସେମାନେ ୨୪ ଘଣ୍ଟା ହିଂସା ଓ ଘୃଣାର କଥା କୁହନ୍ତି। ଆପଣ ହିନ୍ଦୁ ନୁହେଁ, ହିନ୍ଦୁ ଧର୍ମରେ ସ୍ପଷ୍ଟ ଲେଖା ହୋଇଛି ସତ୍ୟର ସାଥ୍ ଦେବା ଦରକାର।

ରାହୁଲଙ୍କ ଏହି ବୟାନ ପରେ ଶାସକ ଦଳର ବିଧାୟକ କରିଥିଳେ ପ୍ରବଳ ହଟ୍ଟଗୋଳ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଠିଆ ହୋଇ ଏହାକୁ ବିରୋଧ କରିଥିଲେ। ମୋଦି କହିଥିଲେ ପୁରା ହିନ୍ଦୁ ସମାଜକୁ ହିଂସ୍ର କହିବା ଗମ୍ଭୀର କଥା। ଏହାପରେ ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପୁରା ହିନ୍ଦୁ ସମାଜ ନୁହେଁ। କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିଥିଲେ। ଶାହ କହିଛନ୍ତି, ଏଭଳି ମନ୍ତବ୍ୟ ପାଇଁ ରାହୁଲଙ୍କୁ କ୍ଷମା ମାଗିବା ଦରକାର। ରାହୁଲ କହିବାକୁ ଚାହୁଁଛନ୍ତି ଦେଶର କୋଟି କୋଟି ହିନ୍ଦ  ହ୍ରିଂସ୍ର। ହିଂସାକୁ କୌଣସି ଧର୍ମ ସହ ଯୋଡିବା ଭୁଲ। ରାହୁଲଙ୍କୁ ଏହି ମନ୍ତବ୍ୟ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର।          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.