ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସାରା ଜୀବନ ଜେଲ୍‌ରେ ରଖିଦିଅ, ଡରିବା ଲୋକ ନୁହେଁ’ : ୟୁପିରେ ବର୍ଷିଲେ ରାହୁଲ, ଅଖିଳେଶଙ୍କ ସମର୍ଥନରେ କଲେ ରାଲି

କନୌଜ,୧୦।୫: ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟର ବଡ଼ ନିର୍ବାଚନୀ ସଭା। ଏଥିରେ ଏକାଠି ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଆପ୍ ନେତା ସଞ୍ଜୟ ସିଂହ। ସବୁଠାରୁ ପ୍ରଥମେ ଅଖିଳେଶ ଇତର ଦେଇ ରାହୁଲଙ୍କୁ ସ୍ବାଗତ କରିଥିଲେ।ଅଖିଳେଶ ନିଜେ ମଧ୍ୟ କନୌଜରୁ ପ୍ରାର୍ଥୀ ଅଛନ୍ତି ଓ ସେଠାରେ ୧ ୩ ମଇରେ ମତଦାନ ହେବ। ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଆଦାନୀ- ଅମ୍ବାନୀଙ୍କୁ ଘେରିବାରୁ ଏବେ ମୋଦିଜୀଙ୍କ ମୁହଁ ଖୋଲିଗଲା। 

ରାହୁଲ କହିଛନ୍ତି, ଏହି ଲୋକ ସ୍କୁଲ,ହସ୍ପିଟାଲ, ବିଜୁଳି, ସଡକ ତିଆରି କରିପାରୁ ନାହାନ୍ତି। ମୋଦିଜୀ କହୁଛନ୍ତି ଗାଁରେ କବରିସ୍ତାନ,ସ୍ମଶାନ ମଧ୍ୟ ହେବା ଦରକାର। ସେ କରୋନା କାଳରେ ଗାଁ ଗାଁରେ ସ୍ମଶାନ ତିଆରି କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସତୈନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଜେଲ ପଠାଇଲେ। ସାରା ଜୀବନ ମୋତେ ଜେଲ୍‌ରେ ରଖ ମୁଁ ଡରିବା ଲୋକ ନୁହେଁ।

ସେଭଳି ସଞ୍ଜୟ ସିଂହ କହିଛନ୍ତି, କନୌଜରୁ ଅଖିଳେଶ ବହୁତ ବଡ ବ୍ୟବଧାନରେ ଜିତିବେ। ଏହା ଲୋକତନ୍ତ୍ରର ଶେଷ ନିର୍ବାଚନ, ବିଜେପି ଜିତିଲେ ସମ୍ବିଧାନ ଶେଷ ହୋଇଯିବ। ଅଖିଳେଶ ୫ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ। ଏଭଳି ସ୍ଥିତିରେ ବିଜେପିର ଘୃଣା ତ ଦେଖନ୍ତୁ , ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଙ୍ଗାଳରେ ଧୋଇ ତାଙ୍କର ଅପମାନ କରାଗଲା। ସେଭଳି ଏବେ କନୌଜରେ ଅଖିଳେଶ ଯେଉଁ ମନ୍ଦିରକୁ ଯାଇଥିଲେ, ସେଠାରେ ମଧ୍ୟ ବିଜେପିର ଲୋକେ ଗଙ୍ଗାଜଳ ପକାଇ ଧୋଇଥିଲେ। ଏଭଳି କରି ସେମାନେ ଅଖିଳେଶଙ୍କ ଅପମାନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.