ନୂଆଦିଲ୍ଲୀ, ୨୫/୯ : ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଏବଂ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କୃଷକଙ୍କ ଉପରେ ଦେଇଥିବା ବୟାନକୁ ନେଇ ରାଜନୀତି ଥମିବାରେ ନାଁ ଧରୁନି । କଂଗ୍ରେସ ବାରମ୍ବାର ଅଭିଯୋଗ ଲଗାଉଛି କି ବିଜେପି ପୁଣି ଥରେ କୃଷକଙ୍କ ବିପକ୍ଷରେ ୩ବିଲ୍ ଆଣିବାକୁ ଯାଉଛି । ଏହା ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ୍ସରେ ଭିଡ଼ିଓ ପୋଷ୍ଟ କରି କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି, ସରକାରଙ୍କ ନୀତି କିଏ ସୁନିଶ୍ଚିତ କରୁଛି ? ଜଣେ ବିଜେପି ସାଂସଦ କିମ୍ବା ପ୍ରଧାନମନ୍ତ୍ରୀ ମୋଦି ? ’ ।
ବିଜେପି ଉପରେ ଅଭିଯୋଗ ଲଗାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ୭୦୦ରୁ ଅଧିକ କୃଷକ, ବିଶେଷ କରି ହରିୟାଣା ଏବଂ ପଞ୍ଜାବର କୃଷକଙ୍କ ଜୀବନ ଗଲା ପରେ ବିଜେପି ଲୋକଙ୍କ ମନ ଭରି ନାହିଁ । ଇଣ୍ଡିଆ ଗଠବନ୍ଧନ ଆମ ଅନ୍ନଦାତାଙ୍କ ବିରୋଧରେ ବିଜେପିର କୌଣସି ବି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବ ନାହିଁ । ଯଦି କୃଷକଙ୍କୁ କୌଣସି ପ୍ରକାରର ଅସୁବିଧା ଲାଗି ପଦକ୍ଷେପ ଉଠାଯିବ ତେବେ କୌଣସି ବି ପଦକ୍ଷେପ ଉଠାଯିବ ତ ମୋଦିଜୀଙ୍କୁ ପୁଣି ଥରେ ଭୁଲ୍ ମାଗିବାକୁ ପଡ଼ିବ ।
ଏହା ପୂର୍ବରୁ ବିଜେପିରୁ ଲୋକସଭା ସାଂସଦ କଙ୍ଗନା ରଣାଓ୍ବତ କହିଥିଲେ କି ୩କୃଷି ଆଇନକୁ ପୁଣି ଥରେ ଆଣିବା ଆବଶ୍ୟକ ଏବଂ କୃଷକଙ୍କୁ ନିଜେ ଏହାର ଦାବି କରିବା ଆବଶ୍ୟକ । ତାଙ୍କର ଏହି ବୟାନରେ ବିଜେପିର ସହଯୋଗୀ ପାର୍ଟି ବି ବିରୋଧ କରିଥିଲା । ଯାହା ପରେ କଙ୍ଗନାଙ୍କୁ ନିଜ ବୟାନ ପୁଣି ଫେରସ୍ତ ନେବାକୁ ପଡ଼ିଥିଲା । ପରେ ସାଂସଦ କଙ୍ଗନା ରଣାଓ୍ବତ କହିଥିଲେ କି ଏହା ତାଙ୍କର ନିଜ ବ୍ୟକ୍ତିଗତ ବୟାନ ଅଟେ ଏବଂ ଦଳର ଏଥିସହ କୌଣସି ସମ୍ବନ୍ଧ ନାହିଁ ।