ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଶିବସେନା ନେତାଙ୍କ ବିବାଦୀୟ ବୟାନ, କହିଲେ ‘ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିଦେବ, ମୁଁ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବି’...

Published By : Prameya | September 16, 2024 6:19 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଶିବସେନା (ସିନ୍ଦେ ଦଳ) ଏବଂ କଂଗ୍ରେସ ନେତା ମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟୋରୋପ କରୁଛନ୍ତି । ଏହି ସମୟରେ ଶିବସେନା ବିଧାୟକ ସଞ୍ଜୟ ଗାଇକୱାଡ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି । ସେ ରାହୁଲଙ୍କ ଉପରେ ଏଭଳି ଏକ ବୟାନ ଦେଇଛନ୍ତି ଯାହା ବିବାଦୀୟ ହୋଇପଡିଛି। ବାସ୍ତବରେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଜିଭ କାଟିଦେବା ବ୍ୟକ୍ତିଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

ସୂଚନାଥାଉକି, ସଞ୍ଜୟ ଗାଇକୱାଡଙ୍କ ଜିଭ କାଟିବା ପାଇଁ ପୁରସ୍କାର ଦେବା ବିବୃତ୍ତି ଏଭଳି ସମୟରେ ଆସିଛି ଯେତେବେଳେ କି ସଂରକ୍ଷଣ ବ୍ୟବସ୍ଥା ରଦ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ ଆସିଛି । ଗାଇକୱାଡ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଆମେରିକାରେ ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରିବା ବିଷୟରେ କହିଥିଲେ । ଯେଉଁଥିରେ କଂଗ୍ରେସର ପ୍ରକୃତ ଚେହେରା ସାମ୍ନାକୁ ଆସିଛି । ସେ ରାହୁଲ ଗାନ୍ଧୀଙ୍କ ମତକୁ ସମାଲୋଚନା କରି କହିଛନ୍ତି ଯେ ସେ ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିବାକୁ ଚାହୁଁଛନ୍ତି । ଏହା ବିଶ୍ୱାସଘାତକତା । ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ ମୁଁ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବି ।

ଗାଇକୱାଡ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସମ୍ବିଧାନ ପୁସ୍ତକ ଦେଖାଇ ମିଥ୍ୟା ପ୍ରଚାର କରୁଛନ୍ତି ଯେ ବିଜେପି ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଏହା ହେଉଛି କଂଗ୍ରେସ, ଯିଏ ଦେଶକୁ ୪ଶହ ବର୍ଷ ପଛକୁ ଠେଲି ଦେବାକୁ ଯୋଜନା କରୁଛି । 

ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଗାଇକୱାଡଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛନ୍ତି । ସେ କହିଛନ୍ତି ଯେ ମୁଁ ଗାଇକୱାଡଙ୍କ ବିବୃତ୍ତିକୁ ସମର୍ଥନ କରୁନାହିଁ। ତଥାପି, ଆମେ ଏହା ମଧ୍ୟ ମନେରଖିବା ଉଚିତ୍ ଯେ ପଣ୍ଡିତ ନେହେରୁ ସଂରକ୍ଷଣକୁ ବିରୋଧ କରିଥିଲେ । ରାଜୀବ ଗାନ୍ଧୀ ସଂରକ୍ଷଣକୁ ମୂର୍ଖମାନଙ୍କ ସମର୍ଥନ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନ ରାହୁଲ ଗାନ୍ଧୀ ସଂରକ୍ଷଣ ସମାପ୍ତ କରିବାକୁ କହୁଛନ୍ତି ।

କଂଗ୍ରେସ ମୁଖପାତ୍ର ଅତୁଲ ଲଣ୍ଡେ ଗାଇକୱାଡଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ସମାଜ ତଥା ରାଜନୀତିରେ ବଞ୍ଚିବାର ସଞ୍ଜୟ ଗାଇକୱାଡଙ୍କର କୌଣସି ଅଧିକାର ନାହିଁ । ଆମେ ଦେଖିବାକୁ ଚାହୁଁଛୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗାଇକୱାଡଙ୍କ ବିରୋଧରେ ହତ୍ୟା ଉଦ୍ୟମ ରୁଜୁ କରିବେ କି ନାହିଁ ।

ସୂଚନାଥାଉକି ସଞ୍ଜୟ ଗାଇକୱାଡ ବୁଲଡାନା ବିଧାନସଭା ମଣ୍ଡଳୀର ଜଣେ ବିଧାୟକ। ସେ ଅତୀତରେ ମଧ୍ୟ ବିବାଦୀୟ ବିବୃତ୍ତି ଦେଇଛନ୍ତି । ଗତ ମାସରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଗାଇକୱାଡଙ୍କ କାର ସଫା କରୁଥିବା ଦେଖାଯାଇଥିଲା । ପରେ ଗାଇକୱାଡ ସ୍ପଷ୍ଟ କରିଥିଲେ ଯେ ପୋଲିସ୍ କର୍ମୀ ଜଣକ ଏଥିରେ ବାନ୍ତି କରିଥିବାରୁ ସ୍ବେଚ୍ଛାକୃତ ଭାବେ ସେ କାର୍ ସଫା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.