ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର, ୧୭।୪: ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଲୋକସଭା ଓ ବିଧାନସଭା କ୍ଷେତ୍ରମାନଙ୍କରେ କିପରି ପ୍ରଭାବୀ ଢଙ୍ଗରେ ପ୍ରଚାର କରାଯିବ ରଣକୌଶଳ ସ୍ଥିର କରାଯାଇଥିଲା । ଜାତୀୟ କଂଗ୍ରେସର ୫ଟି ନ୍ୟାୟ, ୨୫ଟି ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିପରି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ ତା ଉପରେ ଆଲୋଚନା ହୋଇଥିଲା । ପୁରୀରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ କରାଯିବ । ପ୍ରଚାର ଅଭିଯାନ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପହଞ୍ଚିବ । 

ସେହିପରି ଆସନ୍ତା ୨୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ହେବାକୁ ଥିବା ଜନସଭାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ସମବେତ କର୍ମୀ ଓ ଜନତାଙ୍କୁ ସମ୍ବୋଧନ କରିବେ । ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି ଜନସାଧାରଣଙ୍କ ନିକଟରେ ଯଦି ଠିକ୍‌ ଭାବେ ପହଞ୍ଚେ, ଓଡ଼ିଶାବାସୀ କଂଗ୍ରେସକୁ ରାଜ୍ୟରେ ସରକାର ଗଠନ ପାଇଁ ନିଶ୍ଚିତ ଆର୍ଶୀବାଦ ଦେବେ ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବୈଠକରେ ପ୍ରଚାର କମିଟିର ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ, ଆର୍ଯ୍ୟ ଜ୍ଞାନେନ୍ଦ୍ର, ମାନସ ଚୌଧୁରୀ, ପ୍ରଚାର କମିଟି ଆବାହକ ସୁଧାଂଶୁ ଶେଖର ଦେଓ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅମିୟ ପାଣ୍ଡବଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.