ନୂଆଦିଲ୍ଲୀ,୧୬/୦୯: ଭାରତୀୟ ରେଳବାଇ ବନ୍ଦେ ମେଟ୍ରୋର ନାଁକୁ ପରିବର୍ତ୍ତନ କରି ନମୋ ଭାରତ ରାପିଡ୍ ରେଳ ନାଁ ରଖିଛି। ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ଲୋକଙ୍କୁ ଦେଶର ପ୍ରଥମ ନମୋ ଭାରତ ରାପିଡ ରେଳ ଉପହାର ଦେବାକୁ ଯାଉଛନ୍ତି। ରେଳବାଇ ଦ୍ୱାରା ବନ୍ଦେ ମେଟ୍ରୋର ନାମ ପରିବର୍ତ୍ତନ କରାଯାଇଛି। ଆଜି ପିଏମ ମୋଦୀଙ୍କ ଦ୍ୱାରା ବନ୍ଦେ ମେଟ୍ରୋ ଉଦ୍ଘାଟନ ପୂର୍ବରୁ ନାମକରଣ ସମାରୋହ କରାଯାଇଥିଲା। ଏହା ପରେ ପୂର୍ବ ନିର୍ଦ୍ଧାରିତ ବନ୍ଦେ ମେଟ୍ରୋ ବର୍ତ୍ତମାନ ନମୋ ଭାରତ ରାପିଡ୍ ରେଳ ନାମରେ ପରିଚିତ ହେବ।
ଭାରତରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ଏହାରି ଭିତରେ ଗୁଜୁରାଟକୁ ଆଜି ନମୋ ଭାରତ ରାପିଡ ରେଳ ସ୍ବରୁପ ଏକ ଉପହାର ପାଇଛି। ଏହି ଟ୍ରେନ୍ ଗୁଜୁରାଟର ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ। ନମୋ ଭାରତ ରାପିଡ୍ ମେଟ୍ରୋ ପାଇଁ ସର୍ବନିମ୍ନ ଭଡ଼ା ୩୦ ଟଙ୍କା ସହିତ ଜିଏସ୍ଟି ମଧ୍ୟ ରହିଛି। ଏଥି ସହିତ ନାମୋ ଭାରତ ରାପିଡ୍ ମେଟ୍ରୋରେ ସିଜିନ୍ ଟିକେଟ୍ ମଧ୍ୟ ଉପଲବ୍ଧ ରହିଛି। ନମୋ ଭାରତ ରାପିଡ୍ ରେଳରେ ସାପ୍ତାହିକ ଏମ୍ଏସ୍ଟି ଭଡା ୭ ଟଙ୍କା, ୧୫ ଦିନିଆ ସିଜିନ୍ ଟିକେଟ୍ ଭଡ଼ା ୧୫ ଟଙ୍କା ଏବଂ ମାସିକ ଟ୍ରେନ୍ ପାସ୍ ଭଡ଼ା ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ପିଏମ ମୋଦୀଙ୍କ ଦ୍ୱାରା ସବୁଜ ସଂକେତ ଦେଖାଯାଇଥିବା ନାମୋ ରାପିଡ୍ ମେଟ୍ରୋ ରେଳ କୋଲହାପୁର-ପୁଣେ, ପୁଣେ-ହବଲି, ନାଗପୁର-ସିନ୍ଦରାବାଦ, ଆଗ୍ରା କ୍ୟାଣ୍ଟ-ବନାରସ ଏବଂ ଦୁର୍ଗ-ବିଶାଖାପାଟନମ୍ ସମେତ ଅନ୍ୟାନ୍ୟ ରୁଟ୍ରେ ଚାଲିବ। ପିଏମ୍ଓର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୨୦ ଟି କୋଚ୍ ସହିତ ପ୍ରଥମ ନମୋ ରାପିଡ୍ ମେଟ୍ରୋ ରେଳ ବାରାଣାସୀ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ।