ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ରଜନୀକାନ୍ତଙ୍କ ଜବରା ଫ୍ୟାନ୍‌, ଘରେ ନିର୍ମାଣ କଲେ ଥଲାଇଭାଙ୍କ ମନ୍ଦିର

ନୂଆଦିଲ୍ଲୀ ୦୩/୧୧: ଦେଶ-ବିଦେଶରେ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ଅଗଣିତ ଫ୍ୟାନ୍‌ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଗୋଟିଏ ମାତ୍ର ଫଟୋ ସେ ଶେୟାର କରିଛନ୍ତି, ତଥାପି ଲକ୍ଷାଧିକ ପ୍ରଶଂସକ ତାଙ୍କୁ ଫଲୋ କରୁଛନ୍ତି । ସେହିପରି ଟ୍ୱିଟର୍‌ରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୬୪ ଲକ୍ଷରୁ ଅଧିକ । ରଜନୀଙ୍କ ପ୍ରଶଂସକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ । ଗତ ଅଗଷ୍ଟ ମାସରେ ରଜନୀଙ୍କ ଫିଲ୍ମ ‘ଜେଲର୍‌ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଥିରୁପାରନକୁନ୍ଦ୍ରମ ଅମ୍ମନ ମନ୍ଦିରରେ ଏକତ୍ର ହୋଇ ପ୍ରାର୍ଥନା କରିଥିଲେ । ଏଥିରୁ ରଜନୀଙ୍କ ପାଇଁ ପ୍ରଶଂସକଙ୍କ ପାଗଳାମି ସ୍ପଷ୍ଟ ବାରିହୁଏ ।

ଏଥର ଥଲାଇଭା ରଜନୀଙ୍କୁ ଭଲପାଇବା ଓ ସମ୍ମାନ ଦେବାକୁ ଯାଇ ପ୍ରଶଂସକମାନେ ଆଉ ପାଦେ ଆଗକୁ ଯାଇଛନ୍ତି । କିଛି ପ୍ରଶଂସକ ମିଳିତ ଭାବେ ତାମିଲନାଡୁର ମଦୁରାଇଠାରେ ଥଲାଇଭାଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି । ଏଥିପାଇଁ ଜଣେ ପ୍ରଶଂସକ ନିଜ ଘର ଅଗଣାକୁ ରଜନୀଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ୨୫୦ କିଲୋ ଓଜନର ରଜନୀକାନ୍ତଙ୍କ ମୂର୍ତ୍ତି ସ୍ଥାନ ପାଇଛି । ଏହି ଖବର ପ୍ରସାର ହେବା ପରଠୁ ଇଣ୍ଟର୍‌ନେଟ୍‌ରେ ରଜନୀଙ୍କ ମନ୍ଦିରର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । 



ଜଣେ ପ୍ରଶଂସକ ରଜନୀଙ୍କୁ ମାଳା ପିନ୍ଧାଇବା ପରେ ତାଙ୍କର ଅଭିଷେକ କରୁଥିବା ନଜର ଆସିଛନ୍ତି । ନିକଟରେ ରଜନୀଙ୍କର କିଛି ପ୍ରଶଂସକ ହାତ ଯୋଡ଼ି ଠିଆ ହୋଇଛନ୍ତି । ଜଣେ ପୂଜାରୀ ଉପସ୍ଥିତ ରହି ରଜନୀଙ୍କ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି ।ଜେଲର୍‌, ଶିବାଜୀ ଦ ବସ୍‌, ‘ରୋବୋ ଓ ‘ରା ୱାନ୍‌ ଭଳି ଅନେକ ଫିଲ୍ମ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ରଜନୀ ନିଜର ଉଲ୍ଲେଖନୀୟ ଅଭିନୟ ଦକ୍ଷତା ପାଇଁ ପରଦାରେ ଓ ପରଦା ପଛରେ ପ୍ରଶଂସିତ ହୋଇଥାନ୍ତି । ଅପ୍‌କମିଙ୍ଗ ଫିଲ୍ମ ‘ଥଲାଇଭାର୍‌ ୧୭୦ରେ ସେ ନଜର ଆସିବେ । ଫିଲ୍ମର ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିରେ ଅମିତାଭ ବଚ୍ଚନ, ଫହାଦ ଫାସିଲ, ରାଣା ଦଗୁବାତି, ମଞ୍ଜୁ ୱାରିଅର ଓ ଦୁର୍ଶନ ବିଜୟନ ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ଅବସରରେ ଫିଲ୍ମଟି ମୁକ୍ତିଲାଭ କରିବ ।

Copyright © 2022 - Summa Real Media Private Limited. All Rights Reserved.