ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କର ଭରିବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ, ତୃତୀୟ ପ୍ରାର୍ଥୀ ନେଇ ସସ୍‌ପେନ୍ସ

ଭୁବନେଶ୍ୱର,୧୩/୦୨: ଆଜି ନାମାଙ୍କନ ଦାଖଲ କରିବେ ଦୁଇ ରାଜ୍ୟସଭା ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ନାମାଙ୍କନ ଭରିବେ । ସୋମବାର ସନ୍ଧ୍ୟାରେ ଦେବାଶିଷ  ଓ ଶୁଭାଶିଷଙ୍କ ନାମରେ ମୋହର ମାରିଥିଲେ ସୁପ୍ରିମୋ। ତେବେ ଦଳୀର  ତୃତୀୟ ପ୍ରାର୍ଥୀ କିଏ ସେ ସଂପର୍କରେ କିଛି  ଘୋଷଣା ହୋଇନି ।  ବିଜେଡିରୁ କିଏ ଯିବ ରାଜ୍ୟସଭା? ଏହାକୁ  ନେଇ ଦଳୀୟ ମହଲରେ ବେଶ୍‌ ଚର୍ଚ୍ଚା ଲାଗି ରହିଛି।

ଦେବାଶିଷ ବିଜେଡିର ଟାଣୁଆ ନେତା ଭାବେ  ପରିଚିତ । ସେ ୨୦୦୦ ମସିହାରେ ପ୍ରଥମେ  ତିର୍ତ୍ତୋଲରୁ ଜିତିଥିଲେ । ଏହାପରେ ସେ ବାରବାଟୀ-କଟକରୁ ୨ଥର ବିଧାୟକ ଭାବେ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର  ଗତ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ।

ସେହିଭଳି ଶୁଭାଶିଷ ପୁରୀର ଟାଣୁଆ  ଯୁବନେତା ଭାବେ ପରିଚିତ । ସେ ରାଜ୍ୟ  ଯୁବ ବିଜେଡି ଉପସଭାପତି ଅଛନ୍ତି । ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପକୁ ଆଗେଇନେବାରେ  ତାଙ୍କର ବଡ଼ ଯୋଗଦାନ ଥିଲା । ତାଙ୍କ ଦକ୍ଷତା  ଓ ସକ୍ରିୟତାକୁ ଆଧାର କରି ନବୀନ ତାଙ୍କୁ  ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି  ହେଉଛି । ସାଂସଦ ଅମର ପଟ୍ଟନାୟକ, ଅଶ୍ୱିନୀ  ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା  ଏପ୍ରିଲରେ ସରୁଛି । ଖାଲି ୩ ଆସନ ପାଇଁ  ଆସନ୍ତା ୨୭ରେ ଭୋଟ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.