ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼

ପୁରୀ,୨୧/୦୫: ସୋମବାର ତିନି ରଥର ୪୨ ଚକର ୪୨ ତୁମ୍ବରେ ଅର ବିନ୍ଧ କାର୍ଯ୍ୟ ପ୍ରାୟତଃ ଶେଷ କରିଛନ୍ତି ବିଶ୍ୱକର୍ମା । ଏବେ ରଥ ଖଳାରେ ନୃସିଂହ ଚତୁର୍ଦ୍ଦଶୀକୁ ରହିଛି ଅପେକ୍ଷା । ଆସନ୍ତା ୨୨ ତାରିଖ ବୁଧବାର  ଶ୍ରୀନୃସିଂହ ଜନ୍ମ । ସେହି ଚତୁର୍ଦ୍ଦଶୀ ତିଥିରେ ରଥ ନିର୍ମାଣ ପରମ୍ପରା ଅନୁସାରେ ହେବ ଗୁଜ ଅନୁକୂଳ । ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେଇ ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ । ଗୁଜ ହେଉଛି ରଥର ସୁରକ୍ଷା କବଚ । ପୁଣି ସେହି ଦିନ ଚକ ପ୍ରସ୍ତୁତି ପାଇଁ ଖୋଳା ହେବ ଯନ୍ତା ଗାଡ଼ । ମା’ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଯନ୍ତାଗାଡ଼ ଖୋଳିବେ ଭୋଇ ସେବକ ।   

ସେପଟେ ଦୋଳବେଦି ପରିସରରେ ଅସ୍ଥାୟୀ  ଶାଳରେ କମାର ସେବକମାନେ ଅରକଣ୍ଟା ଓ ପନ୍ଦାରି  ତିଆରି ଶେଷ କରୁଛନ୍ତି । ମୁଖଃତଃ ଚତୁର୍ଦ୍ଦଶୀ ପ୍ରସ୍ତୁତିରେ  ନିର୍ମାଣକାରୀ ଲାଗିଛନ୍ତି । ଭୋଇ ସେବକ ଯନ୍ତା ଗାଡ଼  ପ୍ରସ୍ତୁତ କରିବାକୁ କାଠ ଖୋଜି ଆଣୁଛନ୍ତି । ରଥ ଖଳାରେ  ଗୁଜ ଅନୁକୂଳ ପାଇଁ ଆସିବ ୧୨ଫୁଟିଆ  ଧଉରା କାଠ । ୬ଗୋଟି କରି ତିନି ରଥ ପାଇଁ  ୧୮ ଗୋଟି କାଠ ରଥଖଳାକୁ ଯୋଗାଯିବ। ବିଶ୍ୱକର୍ମାମାନେ ଏହାକୁ ଚଉପଟ କରି  ରୁପକାରଙ୍କୁ ଯୋଗାଇଦେବେ। ତିନି ବାଡ଼ର ୩ ମୁଖ୍ୟ ରୁପକାର ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରି ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିବେ।  ରଥର ଚତୁଃପାଶ୍ୱର୍ରେ ଗୁଜ ସ୍ଥାପନ ହେବ । ଆସନ୍ତା  ୨୯ ତାରିଖ ବୁଧବାର ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଭଉଁରୀ  ଉତ୍ସବ। ସେଦିନ ରଥର ଚକ ଓ ଅଖ ସଂଯୁକ୍ତ ହେବ।  ଯନ୍ତା ଗାଡ଼ରେ ତୁମ୍ବ ସହିତ ଅର ଭୁଞ୍ଜାଯାଇ ସିଙ୍ଗଡ଼ା ପ୍ରସ୍ତୁତ ପରେ ସେଥିରେ ପହି ସଂଯୁକ୍ତ ହୋଇ ଚକ ପ୍ରସ୍ତୁତ ହେବ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.