ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌...୪୨ ଚକ ନିର୍ମାଣ ଶେଷ, ଆସିଲା ନାହାକା କାଠ

ପୁରୀ,୦୯/୦୬: ଶନିବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଗୋଟି ଗରଗରା କାଠ ରଖାଯାଇଥିଲା । ଏହାପରେ ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସିରେ ହାଣି ଚଉପଟ ଆରମ୍ଭ କରିଛନ୍ତି । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗେ । ଗରଗରା ଉପରେ ରଥର ଉପର  ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ଫୁଟ ଲମ୍ବର ଓଜନଦାର  କାଠ ଗରଗରା । ତିନି ରଥର କାର୍ଯ୍ୟ ସମାନତାରେ ଆଗଉଛି । ଚଉତା କାଠରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ରଥର ଶେଷ ଚକ ତିନୋଟିର ନିର୍ମାଣ ଶେଷ ହୋଇଛି । ଏଣୁ  ରଥତ୍ରୟର ୪୨ ଚକ କାର୍ଯ୍ୟ ସରିଛି । ବାରିସିରେ ହାଣି ବିଶ୍ୱକର୍ମା  ପ୍ରସ୍ତୁତ କରୁଛନ୍ତି ପାଞ୍ଚ ଦଣ୍ଡା । ଖରାତାତି ଯୋଗୁ କାମ ସାମାନ୍ୟ  ଧିମା ରହୁଥିଲେ ସୁଦ୍ଧା ଅପରାହ୍ନ ତଥା ସନ୍ଧ୍ୟାରେ ଅଧିକ କାମ  କରି ରଥ ନିର୍ମାଣକୁ ଆଗେଇ ନିଆଯାଉଛି । ଇତିମଧ୍ୟରେ ଚାରି  ନାହାକା କାଠ ବିଶ୍ୱକର୍ମାଙ୍କୁ ଯୋଗାଯାଇଛି । ପ୍ରତି ରଥରେ ଚାରି  ନାହାକା ପାଇଁ ୪ଟି ଲେଖାଏଁ ମଜଭୁତ୍‌ କାଠ(୨୦ ଫୁଟିଆ  ଧଉରା)ର ଆବଶ୍ୟକତା ରହିଥାଏ । ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ଦୁଇଟି ଲେଖା କାଠ  ରଥ ଖଳାରେ ପହଞ୍ଚାଇଛନ୍ତି । 

ଚକ ଓ ଅଖଗୁଡିକ ବିଶ୍ୱକର୍ମାମାନେ  ମାପଚୁପ କରି ରଥର ମୂଳଦୁଆ ପ୍ରସ୍ତୁତ କରିବେ । ଅଖ ଉପରେ  ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା  ଉପରେ ଚାରି ନାହାକା ଉଠିବ । ଏପଟେ ରଥ ଖଳା  ପାଶ୍ୱର୍ ଅସ୍ଥାୟୀ ଚାଳିରେ ରଥର ପୋଲ ଗୟଳ ପ୍ରସ୍ତୁତ  କରୁଛନ୍ତି କରତି ସେବକ । ନନ୍ଦିଘୋଷର ପୋଲ ଗୟଳ କାମ  ଚାଲିଛି । ରଥରେ ଫିଟିଂ ସମୟରେ ଗୟଳର ପିଠି ପରି ବଙ୍କା  ରହୁଥିବାରେ ଏହି ଅଂଶର ନାମ ଏଭଳି ରହିଥିବା କୁହନ୍ତି  ନିର୍ମାଣକାରୀ । ରୂପକାର ସେବକ ଗୁଜରେ ସିଂହବିରାଳ  ମୂର୍ତ୍ତି ଖୋଦେଇ ସହ ପଲିସି କାର୍ଯ୍ୟ ଜାରି ରଖିଛନ୍ତି । ଓଝା  ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଗୟଳ  କଣ୍ଟା, ଭୂଇଁ କଣ୍ଟା ଓ ବିଡ଼ିଆ କଣ୍ଟା ତିଆରୁଛନ୍ତି । 

ଶନିବାର ରଥ ନିର୍ମାଣରେ ୭୮ ଜଣ ବିଶ୍ୱକର୍ମା, ୭୭ଜଣ ଭୋଇ ସେବକ,  ୨୧ଜଣ ରୂପକାର, ବିନ୍ଧ କାରିଗର ଜଣେ, ପାହି ମହାରଣା ୨  ଜଣ, କମାର ସେବକ ୧୭ଜଣ, କରତୀ ସେବକ ୪ଜଣ ଓ  ଜଣେ ସହାୟକଙ୍କ ସମେତ ମୋଟ ୨୦୨ ଜଣ ରଥ ନିର୍ମାଣ  କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.