ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଥଖଳା ହାଲ୍‌ଚାଲ୍...ଶାଳରେ ପଡ଼ିଛି ଗରଗରା କଣ୍ଟା, ଚାଲିଛି ମୁହାଁଟରେ ବିନ୍ଧ ଖୋଦେଇ..

ପୁରୀ,୦୬/୦୬: ବୁଧବାର ଓଝା ସେବକମାନେ ଦଣ୍ଡା ଓ ଗରଗରା କଣ୍ଟା ତିଆରିଛନ୍ତି । ଦଣ୍ଡା ତିଆରି ପରେ ଗରଗରା କାମ ।  ଦଣ୍ଡା ଉପରେ ଗରଗରା ରହିବ । ଏଣୁ ଦଣ୍ଡା ଓ ଗରଗରା କଣ୍ଟା ଏକତ୍ର ତିଆରି ହେଉଥିବା କୁହନ୍ତି ବଡ଼ବାଡ଼ର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା । ଗରଗରା ୨ଟିରେ ୪ଟି କଣ୍ଟା ଲାଗିବ ।  କଣ୍ଟାର ଲମ୍ବ ଦେଢ ଫୁଟ ଉପରେ । ଉପର ଛତି  ଭଳି ତଳକୁ ସରୁ । କଣ୍ଟା ବାଡ଼ିଆ ପରେ ତଳ ପଟକୁ କାଠରେ ମୋଡ଼ି ଦିଆଯାଏ । ଗରଗରାରେ ଉଠିବ ଚାରିନାହାକା । ଚାରିନାହାକା ଉଠିବା ପୂର୍ବରୁ  ଗରଗରା କଣ୍ଟା ପଡ଼ିବ ବୋଲି ସୂଚନା ରହିଛି । 

ରଥଖଳାରେ ମୁହାଁଟ ବିନ୍ଧ ଅନୁକୂଳ  ପାଇଁ ସାମଗ୍ରୀ ଯୋଗାଯାଇଛି । ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଖୋଦେଇ କରିବେ । ଦଣ୍ଡାରେ ଲାଗିବ ମୁହାଁଟ । ରଥରେ ରହିଛି ଚାରିଟି ମୁହାଁଟ ।  ରଥର ଆଗ, ପଛ ଓ ପାଶ୍ୱର୍ରେ ମୁହାଁଟ ସ୍ଥାପନ  କରାଯାଏ । ରଥକୁ ଏହା ବାନ୍ଧି ରଖେ । ମୁଖ୍ୟତଃ  ଆଗ ଓ ପାଶ୍ୱର୍ ମୁହାଁଟ ଧଉରା କାଠରେ ନିର୍ମିତ  ହୋଇଥାଏ । ପଛ ମୁହାଁଟ ଅସନ କାଠରେ ତିଆରି  କରାଯାଉଥିବା କୁହନ୍ତି ନିର୍ମାଣକାରୀ । ରଥଖଳା ପାଶ୍ୱର୍ ଅସ୍ଥାୟୀ ଚାଳିରେ କରତି ସେବକମାନେ ଗୟଳ ତିଆରି କରୁଛନ୍ତି । ମୁଖ୍ୟ କରତି ସେବକ  ରଣଜିତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଗୟଳ କାମ ଜାରି ରହିଛି ।  

ରଥ ତ୍ରୟର ତିନି ନାହାକା ଅଖ ୬ ଚକ  ସହ ସଂଯୋଗ ସରିଛି । ରଥର ଆଉ ୧୮ଟି ଅଖ  ତିଆରି ଶେଷ ହୋଇଛି । ରଥ ଖଳାରେ ଚଉତା କାମ ଜାରି ରହିଛି । ଚାରିନାହାକା ଉପରେ ରହିବ  ଚଉତା କାଠ । ଏଥିରେ ପ୍ରଥମ ଭୂଇଁ ଚଢିବ । ଚକଗୁଡ଼ିକର ତିଆରି କାର୍ଯ୍ୟ ଜୋରସୋରରେ  ଚାଲିଛି । ପହିକୁ ଅପେକ୍ଷା କରିଥିଲେ ବିଶ୍ୱକର୍ମା । ଏବେ କରତକଳରୁ ପହି ପହଞ୍ଚିବା ପରେ ଚକ  କାର୍ଯ୍ୟ ଆଗଉଛି । ଭୋଇ ସେବକମାନେ ସିଙ୍ଗଡ଼ା  ବାଡ଼େଇ ବିଶ୍ୱକର୍ମାଙ୍କୁ ଦେଉଛନ୍ତି । ଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ପହି ପିନ୍ଧାଯାଉଛି । ରୂପକାରମାନେ ଗୁଜ ତିଆରୁଛନ୍ତି । ଆଗକୁ ପାଞ୍ଚ  ଦଣ୍ଡା କାମ ଅନୁକୂଳ କରି ନିର୍ମାଣ ଆରମ୍ଭ କରିବାକୁ  ବିଶ୍ୱକର୍ମାମାନେ ପ୍ରସ୍ତୁତ ହେଉଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.