ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି

ପୁରୀ,୨୮/୦୫: ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା  ସୁଦ୍ଧା ତିନି ରଥର ୪୨ ଚକରୁ ପ୍ରାୟ ୧୮ଟି ଚକ  ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣକାରୀ ନାହାକା ଚକ ଓ ଅଖ ପ୍ରସ୍ତୁତ କରି ରଥ ଖଳାରେ ସାଇତି ରଖିଛନ୍ତି । ରଥ ତ୍ରୟର ଚକ-ଅଖ ଡ଼େରା ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ନାହାକା  ଚକ ଆବଶ୍ୟକ । ଏପଟେ ଶାଳରେ କମାର ସେବକମାନେ ପନ୍ଦାରି ଚାବି ନିର୍ମାଣ ଆରମ୍ଭ କରିଛନ୍ତି । ପନ୍ଦାରି ଚାବି ରଥ ଚକକୁ ସୁରକ୍ଷା ଦିଏ ।  

ରଥ ଖଳାରେ ଚକ ଫିଟିଂ ଜାରି ରହିଛି । ଚକ ପାଇଁ ଆବଶ୍ୟକ ହେଉଛି ଅର କଣ୍ଟା, ପନ୍ଦାରି ଓ ବଳା । ଏସବୁକୁ ଦୋଳବେଦି ଶାଳରେ କମାର ସେବକମାନେ ତିଆରି କରି ବିଶ୍ୱକର୍ମାଙ୍କୁ  ଯୋଗାଉଛନ୍ତି । ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡ଼ିଆ  ପଦ୍ଧତିରେ ତୁମ୍ବ ସହ ଅର ସଂଯୋଗ କରି ବୋହି ନେଉଛନ୍ତି ଭୋଇ ସେବକ । ରଥଖଳାରେ  ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ  ହେଉଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ  କରି ରଥ ରୂପକାରଙ୍କୁ ଯୋଗାଉଛନ୍ତି । ରୂପକାରଙ୍କ କୋଣ ଗୁଜ ଖୋଦେଇ  ଜାରି ରହିଛି । ସିଂହବିରାଳ ମୂର୍ତ୍ତି  ତିଆରିରେ ନିମଗ୍ନ ରହିଛନ୍ତି  ରୂପକାର । ତାଳଧ୍ୱଜର  ମୁଖ୍ୟ ରୂପକାର ଗଣେଷ ମହାପାତ୍ର, ଦର୍ପଦଳନର  ମୁଖ୍ୟ ରୂପକାର ପୂର୍ଣ୍ଣଚନ୍ଦ୍ର  ମହାପାତ୍ର ଓ ନନ୍ଦିଘୋଷର ମୁଖ୍ୟ ରୂପକାର ଲିଙ୍ଗରାଜ  ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରୂପକାରଙ୍କ କାର୍ଯ୍ୟ ଜାରି ରହିଛି।

୪୨ ଚକ ପାଇଁ ୧୬୮ ‘ପନ୍ଦାରି ଚାବି’ 

ଏକ ଚକରେ ଦୁଇଟି ପନ୍ଦାରି ଲାଗେ । ଗୋଟିଏ ପନ୍ଦାରି ପାଇଁ ଦୁଇଟି ଚାବି । ମୋଟ ୪୨ ଚକର ତୁମ୍ବ ପାଇଁ ଆବଶ୍ୟକ ହୁଏ ୮୪ ପନ୍ଦାରି । ପ୍ରତି ପନ୍ଦାରିରେ ୨ଟି କରି ମୋଟ ୧୬୮ ଗୋଟି ପନ୍ଦାରି ଚାବି ଲୋଡ଼ା  ହୁଏ । ଚକକୁ ସୁରକ୍ଷା ଦିଏ ‘ପନ୍ଦାରି ଚାବି’ ।  ପୂରା ରଥର ଓଜନ ସମ୍ଭାଳେ ଚକର ତୁମ୍ବ । ତୁମ୍ବ  ମଜଭୁତି ପାଇଁ ବିନ୍ଧର ଭିତର ପଟେ ଲାଗେ ପନ୍ଦାରି ।  ସେଥିରେ ଅଖ ଭୁଞ୍ଜାଯାଏ । ରଥ ଚାଳନା ବେଳେ ତୁମ୍ବରୁ ପନ୍ଦାରି ନବାହାରିବା ପାଇଁ ଲାଗିଥାଏ ପନ୍ଦାରି  ଚାବି । ବିଶ୍ୱକର୍ମାମାନେ ତୁମ୍ବର ମାପ ଦିଅନ୍ତି । ସେହି  ପ୍ରକାରେ ଓଝା ତଥା କମାର ସେବକମାନେ ପନ୍ଦାରି,  ବଳା ଓ ପନ୍ଦାରି ଚାବି ନିର୍ମାଣ କରନ୍ତି । ଦୋଳବେଦିସ୍ଥିତ ସ୍ୱତନ୍ତ୍ର  ଶାଳରେ ତିନି ରଥ ପାଇଁ ଲୁହା ସାମଗ୍ରୀ ପ୍ରସ୍ତୁତ ହେଉଛି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.