ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି

ପୁରୀ,୨୦/୦୪: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର  ପ୍ରଥମ ସମନ୍ୱୟ କମିଟି ବୈଠକ ଶନିବାର ଟାଉନ ହଲଠାରେ ବସିବାକୁ ଯାଉଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ଣ ୧୧ଟାରେ ବସିବାକୁ ଥିବା ବୈଠକରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ, ଜିଲ୍ଲା ପୁଲିସର  ସମସ୍ତ ଅଧିକାରୀ ଓ ରାଜ୍ୟ ପ୍ରଶାସନିକ ସମସ୍ତ ଅଧିକାରୀଙ୍କ  ସମେତ ସେବାୟତ,ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ  ପାଳନ କରିବା, ଆଇନଶୃଙ୍ଖଳା ରକ୍ଷା, ରଥ ନିର୍ମାଣ, ଠାକୁରଙ୍କ ନୀତିକାନ୍ତି ଠିକ୍‌ ଭାବେ ସମାପନ କରିବା,  ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରଭୃତି ବାବଦରେ ବିସ୍ତୃତ  ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ  ଯୋଗଦେବା ନିମନ୍ତେ ରଥଯାତ୍ରା ସହ ସମ୍ପୃକ୍ତ ୩ଶହରୁ  ଅଧିକ ସେବାୟତଙ୍କୁ ଯୋଗଦେବାକୁ ଡକରା ଯାଇଛି । 

ରଥଯାତ୍ରା ପ୍ରଥମ ସମନ୍ୱୟ କମିଟି ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଆସୁଥିବା ବେଳେ  ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ଓ ତୃତୀୟ  ତଥା ଚୂଡ଼ାନ୍ତ ସମନ୍ୱୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥାଏ । ନିର୍ବାଚନ ଆଚରଣବିଧି  ଲାଗିଥିବାରୁ ପ୍ରଶାସନ ଏହାକୁ ପାଳନ ସହ ପ୍ରଥମ  ସମନ୍ୱୟ ବୈଠକରେ ସାରିବାକୁ ପଦକ୍ଷେପ ନେଇଛି ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.