ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର...

ପୁରୀ ୦୭/୦୭: ୫୩ ବର୍ଷ ପରେ ବିରଳ ସଂଯୋଗ। ଏଥର ଦୁଇ ଦିନ ଗୁଣ୍ଡିଚାଯାତ୍ରା। ବଡଦେଉଳରୁ ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଦାରୁବ୍ରହ୍ମ। ସହଳ ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ଧାଡି ପହଣ୍ଡିରେ ଆସି ବଳଭଦ୍ର, ଦେବୀ ସୁଭଦ୍ର ରଥରେ ବିଜେ କରିଥିଲେ। ହେଲେ ନଟିଆ ଠାକରୁ ପହଣ୍ଡି ବେଳେ ପ୍ରବଳ ବର୍ଷାରେ ଭିଜିଥିଲେ। ଘଣ୍ଟ ଘଣ୍ଟାର ତାଳେ ତାଳେ ଟାହିଆ ହଲାଇ ରଥକୁ ଚଢ଼ିଥିଲେ ମହାବା ଏଭଳି ଦିବ୍ୟ ମୁହୂର୍ତ୍ତରେ ସାମିଲ ହେଲେ ଅଗଣିତ ଭକ୍ତ । ଚର୍ମନେତ୍ର ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ହେଲେ ଶ୍ରଦ୍ଧାଳୁ। 

ସେହିପରି ଅନ୍ୟ ନୀତି କାର୍ଯ୍ୟ ସହଳ ହେବ ବୋଲି ଆଶା କରାଯାଉଛି । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ କରିବେ ।ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ରଥଟଣା ଆରମ୍ଭ ହେବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.