ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲାଯିବ : ଭୃଗୁବକ୍ସି ପାତ୍ର

ଭୁବନେଶ୍ବର, ୧୭/୫ :  ବିଜେଡିର ସାମ୍ବାଦିକ ସମ୍ମିଳନୀରେ ରତ୍ନ ଭଣ୍ଡାର ଖିଲିବାକୁ ନେଇ ସ୍ପଷ୍ଟ କରିଛି ବିଜେଡି । ୨୦୨୪ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର । ରତ୍ନ ଭଣ୍ଡାର ଖୋଲିବା ପାଇଁ ବିଜେଡି ପୂର୍ବରୁ ମଧ୍ୟ କହିଛି ଚଳିତ ବର୍ଷ ରଥ ଯାତ୍ରା ସମୟରେ ଖୋଲା ଯିବ ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହା ହେବ । ଏ ନେଇ ପଦକ୍ଷେପ ଗ୍ରହଣ କାରାଯାଇଛି, ପ୍ରସ୍ତୁତି ଚାଲିଛି । ବିଜେପି ଟୁରିଷ୍ଟ ନେତା ଏ ବିଷୟରେ ଧାରଣା ରଖି ନାହାଁନ୍ତି ଆଉ ଅଯଥାରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । 

ଏହା ଛଡା ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଓଡ଼ିଶା ବାସୀ ପରିକ୍ରମା ପ୍ରକଳ୍ପ ହେବା ଦ୍ୱାରା ଖୁସି ଅଛନ୍ତି । ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରଶଂସା କରୁଛନ୍ତି । ଖୋଦ ବିଜେପି ନେତୃବୃନ୍ଦ ମଧ୍ୟ ଗ୍ରାମାଞ୍ଚଳରେ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରୁଛନ୍ତି । ଏହି ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ବିଜେପିର ବରିଷ୍ଠ ନେତା ମାନେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ହେଲେ ମାହା ପ୍ରଭୁଙ୍କ କାର୍ଯ୍ୟରେ କିଛି କରିପାରିନାହାନ୍ତି । ତେବେ ଯେଉଁ ବିଜେପି ଦିଲ୍ଲୀର ଟୁରିଷ୍ଟ ନେତା ଆସି ଓଡିଶାରେ ମନ୍ତବ୍ୟ ଦେଉଛନ୍ତି ସେମାନେ ହୋମ ୱାର୍କ କରିବା ଦରକାର ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଭୃଗୁବକ୍ସି ପାତ୍ର କହିଛନ୍ତି । 

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି ଏଥିରେ ବିଜେଡି ପକ୍ଷରେ ଭୋଟ ରହିଥିବା ଜାଣି ଟୁରିଷ୍ଟ ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ ଭୁଲ ତଥ୍ୟ ଦେଉଛନ୍ତି ରାଜ୍ୟ ବିଜେପି ନେତା । ତେବେ ଠାକୁରଙ୍କ ନାଁରେ ରାଜନୀତି ବନ୍ଦ କରିବା ପାଇଁ ବିଜେଡି କହିଛି । ବିଗତ ଦିନମାନଙ୍କରେ ମଧ୍ୟ ଠାକୁରଙ୍କ ନାଁରେ ରାଜନୀତି କରିଥିବାରୁ ତାଙ୍କୁ ହାରର ସମ୍ମାନ କରିବାକୁ ପଡିଛି । ଆଗକୁ ମଧ୍ୟ ହାରର ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର । ପ୍ରସଙ୍ଗ ନ ଥାଇ ଅଯଥା ପ୍ରସଙ୍ଗ କରୁଥିବା ବିଜେଡି ଅଭିଯୋଗ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.