ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାୟଗଡ଼ା ରାଜନୀତିରେ ସସପେନ୍ସ: ଏଥର ସ୍ୱାଧୀନ ଭାବେ ଲଢ଼ିବେ ନା ନିରବ ରହିବେ ମକରନ୍ଦ ?

ରାୟଗଡ଼ା,୦୧/୦୪: ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ  ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି। ବିଜେଡିର ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକାଙ୍କୁ ପଛରେ ପକାଇ ବାଜିମାତ କରିଥିଲେ । ଏହା ସମସ୍ତଙ୍କୁ ଚକିତ କରିଥିଲା । ବିଧାୟକ ହେବା ପରେ ଦଳରେ ସାମିଲ୍‌ ହୋଇ ନ ଥିଲେ ମଧ୍ୟ ବିଜେଡି ଶିବିରରେ ତାଙ୍କୁ ଦେଖିବାକୁ ମିଳିଥିଲା । 

ଆଗାମୀ ନିର୍ବାଚନରେ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଦଳୀୟ କର୍ମୀଙ୍କ ମହଲରେ ଚର୍ଚ୍ଚା  ଉଠିଥିଲା । ଏବେ ମକରନ୍ଦଙ୍କୁ ପଛରେ ପକାଇ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନସୂୟା ମାଝୀ । ଫଳରେ ମକରନ୍ଦଙ୍କୁ  ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉଠିଛି  ଅନେକ ପ୍ରଶ୍ନ । ଆଗକୁ ସେ କ’ଣ  କରିବେ ତାକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଜୋର୍‌  ଧରିଛି । ପୁଣି ମକରନ୍ଦ ସ୍ୱାଧୀନ ଭାବେ ଲଢ଼ିବେ ନା ନିରବ ରହିବେ ସେନେଇ  ସସପେନ୍ସ ଜାରି ରହିଛି । ଏପଟେ  ମକରନ୍ଦ ମଧ୍ୟ ନିଜ ସମ୍ପର୍କରେ ମୁହଁ  ଖୋଲୁନାହାନ୍ତି । କିଛିଦିନ ତଳେ ସେ  ଶଙ୍ଖଭବନ ଯାଇଥିଲେ । 

ଅନ୍ୟପଟେ ଅନସୂୟାଙ୍କୁ ପ୍ରାର୍ଥୀ  ଘୋଷଣା ପରେ ଦଳରେ ତାଙ୍କ ପ୍ରାର୍ଥିତ୍ୱକୁ  ନେଇ ତୀବ୍ର ବିରୋଧ ଓ ଅସନ୍ତୋଷ  ଲାଗି ରହିଛି । ପ୍ରାର୍ଥୀ ପରିବର୍ତ୍ତନ ପାଇଁ  ଦାବି କରିଛନ୍ତି ନିର୍ବାଚନମଣ୍ଡଳୀର କର୍ମୀ,  ଦଳୀୟ ନେତା ଓ ନିର୍ବାଚିତ ଜନପ୍ରତିନିଧି ।  ବର୍ତ୍ତମାନ ଅନସୂୟାଙ୍କ ପ୍ରାର୍ଥିତ୍ୱକୁ ନେଇ  ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବାରୁ  ମକରନ୍ଦ ଏହାର ଲାଭ ଉଠାଇବାକୁ  ପୁଣି ଥରେ ସ୍ୱାଧୀନ ଭାବେ ନିର୍ବାଚନ  ଲଢ଼ିପାରନ୍ତି ।  

ମକରନ୍ଦ କହିଛନ୍ତି, ଲୋକ ଓ  ସମର୍ଥକ ଯଦି ଚାହିଁବେ ସେ ପୁନର୍ବାର  ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ । ଏଣେ କଂଗ୍ରେସ ପକ୍ଷରୁ ଆପଲସ୍ୱାମୀ  କାଡ୍ରାକା ପୁନର୍ବାର ପ୍ରାର୍ଥୀ ହେବା ନେଇ  ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗତ  ନିର୍ବାଚନରେ ଆପଲସ୍ୱାମୀ ହାରିଥିଲେ ।  ନିର୍ବାଚନ ହାରିଥିଲେ ମଧ୍ୟ ଦଳର ସମସ୍ତ  କାର୍ଯ୍ୟକ୍ରମରେ ସେ ସକ୍ରିୟ ରହିଥିଲେ ।  ବିଭିନ୍ନ ଅଞ୍ଚଳକୁ ବାରମ୍ବାର ଗସ୍ତ କରୁଥିବା  ଦେଖିବାକୁ ମିଳିଥିଲା । ଅପରପକ୍ଷରେ  ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ  କଂଗ୍ରେସରୁ ଆଉ ଏକ ଦାବିଦାର  ରହିଛନ୍ତି । ସେ ମଧ୍ୟ ରାୟଗଡ଼ାରୁ ନିର୍ବାଚନ ଲଢ଼ିବା ପାଇଁ ଲବି ଚଳାଇଛନ୍ତି । ୨୦୧୯  ନିର୍ବାଚନରେ ପୂର୍ଣ୍ଣ ମାଝୀ କଂଗ୍ରେସ ଟିକଟ  ପାଇଁ ଦାବି କରିଥିଲେ । ଯଦି ପୂର୍ଣ୍ଣ ନିର୍ବାଚନ ଲଢ଼ନ୍ତି ତେବେ ରାୟଗଡ଼ାରେ ନିର୍ବାଚନ  ରୋଚକ ହେବ । 

ସୂଚନାଥାଉ କି, ପୂର୍ଣ୍ଣ  ହେଉଛନ୍ତି ବିଜେଡି ପ୍ରାର୍ଥୀ ଅନସୂୟାଙ୍କ  ଭାଇ । ଏଭଳି ସ୍ଥିତିରେ ମକରନ୍ଦଙ୍କ  ଉପରେ ରହିଛି ସମସ୍ତଙ୍କ ନଜର ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.