ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏସ୍‌ବିଆର୍‌ ଛାତ୍ରୀଙ୍କ ରିଲ୍‌ସ ନିଶା, ୫୦ ଫୁଟ୍‌ ଉଚ୍ଚ ଛାତ ଧାରରେ ବିଭିନ୍ନ ଅଙ୍ଗଭଙ୍ଗୀରେ ଭିଡିଓ ସୁଟିଂ

ବ୍ରହ୍ମପୁର,୧୦/୦୯: ବିପଜ୍ଜନକ ଅବସ୍ଥାରେ ସେଲ୍‌ଫି ନେବା ବା ରିଲ୍‌ସ  କରିବାର ନିଶା ଜୀବନ ନେଇଯାଉ ଥିବା  ଘଟଣା ଅନେକ ସମୟରେ ସାମ୍ନାକୁ  ଆସୁଛି । କେଉଁଠି ବାଇକ୍‌ ଚଳାଇ ରିଲସ୍‌  କରି କିଏ ମୃତ୍ୟୁମୁଖରେ ପଡ଼ୁଛନ୍ତି ତ  ଆଉ କେଉଁଠି ଟ୍ରେନ୍‌ ଉପରେ ଚଢ଼ି ରିଲସ୍‌ କରିବା ବେଳେ ଜୀବନ ଯାଉଛି ।  ଏଭଳି ଘଟଣା ନିୟମିତ ବ୍ୟବଧାନରେ  ଘଟୁଥିଲେ ବି ଯୁବଗୋଷ୍ଠୀ ସଚେତନ ହେବା  ପରିବର୍ତ୍ତେ ଏହାର ପୁନରାବୃତ୍ତି କରୁଛନ୍ତି ।  

ଶନିବାର ଶଶିଭୂଷଣ ରଥ (ଏସ୍‌ବିଆର)  ସ୍ୱୟଂଶାସିତ ମହିଳା କଲେଜର ଚାରି  ମହଲା କୋଠା ଉପରେ ବିପଜ୍ଜନକ ଭାବେ  ଦୁଇ ଜଣ ଛାତ୍ରୀ ରିଲ୍‌ସ କରୁଥିବା ଭିଡିଓ  ଭାଇରାଲ୍‌ ହୋଇଛି । ଛାତ୍ରୀଦ୍ୱୟ କୋଠା ଉପରେ କାନ୍ଥ ଧାରରେ ଠିଆ ହୋଇ ବିଭିନ୍ନ  ଅଙ୍ଗଭଙ୍ଗୀ କରୁଥିବା ବେଳେ ଅନ୍ୟ ଜଣେ  ଛାତ୍ରୀ ଏହାର ଭିଡିଓ ଉତ୍ତୋଳନ କରୁଥିବା  ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ  କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା  ପରେ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେଇଛନ୍ତି ।  

ବ୍ରହ୍ମପୁର ଏସ୍‌ବିଆର୍‌ କଲେଜରେ  ଶନିବାର ସ୍ୱାଭାବିକ କ୍ଲାସ୍‌ ଚାଲିଥିବା ବେଳେ  ନୂତନ କୋଠାର ଚାରି ମହଲା ଉପରେ  ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦେଖିବାକୁ  ମିଳିଥିଲା । ଛାତ ଉପରେ କୌଣସି ଶ୍ରେଣୀ  ଗୃହ ନଥିବା ସ୍ଥଳେ ଏହାକୁ ତାଲା ବନ୍ଦ  କରାଯାଇନି । ଫଳରେ ବିଭିନ୍ନ ସମୟରେ  ଭିନ୍ନ ଭିନ୍ନ ଶ୍ରେଣୀର ଛାତ୍ରୀ ଛାତ ଉପରେ  ଚଢ଼ି ଭିଡିଓ ରିଲ୍‌ସ କରୁଥିବା ଅଭିଯୋଗ  ହେଉଛି । ଚାରି ମହଲା କୋଠା ଉପର  କାନ୍ଥ ଧାରରେ ଠିଆ ହୋଇ ଛାତ୍ରୀଦ୍ୱୟ  ବିଭିନ୍ନ ଅଭିନୟ କରୁଥିଲେ ଏବଂ ଏହାକୁ  ଅନ୍ୟ ଜଣେ ଛାତ୍ରୀ ଭିଡିଓ କରୁଥିଲେ ।  ରିଲ୍‌ସ କରିବା ନିଶାରେ ଛାତ୍ରୀମାନେ  ଏଭଳି ବାରମ୍ବାର କରୁଥିବା ଅଭିଯୋଗ  ହେଉଛି । ଅଥଚ କଲେଜ କର୍ତ୍ତୃପକ୍ଷ  ଏହାର ପ୍ରତିକାର ଦିଗରେ କଡ଼ା ପଦକ୍ଷେପ  ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ।  ଏପରିକି ଅନାବଶ୍ୟକ ଛାତ ଉପର ରାସ୍ତାକୁ ତାଲା ବନ୍ଦ ନକରି ଖୋଲା ଛାଡ଼ି  ଦେଇଥିବାରୁ ଏଭଳି ଘଟଣା ଏକାଧିକ  ବାର ସାମ୍ନାକୁ ଆସୁଥିବା କଲେଜର କଣେ  କର୍ମଚାରୀ କହିଛନ୍ତି । ଭୂମି ଠାରୁ ଛାତର  ଉଚ୍ଚତା ପ୍ରାୟ ୫୦ ଫୁଟ୍‌ ହେବ । 

ଏ  ଘଟଣା ସାମ୍ନାକୁ ଆସିବା ପରେ କଲେଜ  ଅଧ୍ୟକ୍ଷ ଡ.କାହ୍ନୁ ଚରଣ ପାଢ଼ୀଙ୍କ ଦୃଷ୍ଟି  ଆକର୍ଷଣ କରାଯାଇଥିଲା । ଡ. ପାଢ଼ୀ  ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଲେ  ଛାତ ଉପରକୁ ଯିବାକୁ ଛାତ୍ରୀଙ୍କୁ ବାରଣ  କରାଯାଇଛି । ଏ ସଂକ୍ରାନ୍ତରେ ନୋଟିସ ମଧ୍ୟ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ହେଲା ନୂତନ  କୋଠାରେ ଯୁକ୍ତ ଦୁଇ ଛାତ୍ରୀଙ୍କ କୌଣସି  କାମ ନାହିଁ । ସେମାନେ ବାରମ୍ବାର ଏଠାକୁ  ଆସି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି  ସେ କହିଛନ୍ତି । ଛାତ ଉପରକୁ ନଯିବା  ପାଇଁ ସମସ୍ତଙ୍କୁ ପୁଣି ନୋଟିସ କରାଯିବ ।  ଏଣିକି ଯେଉଁମାନେ ଧରାପଡ଼ିବେ  ତାଙ୍କ ଅଭିଭାବକଙ୍କୁ ଡକାଯିବ ଏବଂ  ଆବଶ୍ୟକସ୍ଥଳେ କଲେଜରୁ ବିଦା  କରାଯିବ ବୋଲି ଡ. ପାଢ଼ୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.