ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇରାନ୍ ଆକ୍ରମଣ କଲେ ମିଳିତ ଭାବେ ଜବାବ୍ ଦେବେ ଆମେରିକା ଓ ଇସ୍ରାଏଲ୍, ରିପୋର୍ଟକୁ ନେଇ ଟେନସନରେ ତେହରାନ୍

ନୂଆଦିଲ୍ଲୀ: ସିରିଆର ରାଜଧାନୀ ଡାମାସ୍କସ୍ ସ୍ଥିତ ଇରାନର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଉତ୍ତେଜନା । ଆକ୍ରମଣ ପରେ ଇରାନ୍, ଇସ୍ରାଏଲ୍ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କ ସମେତ ଅନ୍ୟ ନେତା ଓ ସେନା କମାଣ୍ଡର ମଧ୍ୟ ଇସ୍ରାଏଲକୁ ପରିଣାମ ଭୋଗିବ ବୋଲି ଚେତାବନୀ ଦେଉଛନ୍ତି ।

ଏହାରି ଭିତରେ ଏକ ରିପୋର୍ଟ ଆସିଛି, ଯାହା ଯୁଦ୍ଧ ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କରିଛି । ଯେଉଁ ରିପୋର୍ଟରେ କୁହା ଯାଇଛି, ଯଦି ତେହରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରେ ତ ପ୍ରତି ଜବାବରେ ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ ଇରାନ୍ ଉପରେ ଆକ୍ରମଣ କରି ପାରନ୍ତି ।

ଆମେରିକାର ଜଣେ ଅଧିକାରୀଙ୍କ ନାଁ ପ୍ରକାଶ ନ କରି ଅଲଜଜିରା କହିଛି, ଇରାନ୍ କିମ୍ବା ଇରାନ୍ ସମର୍ଥିତ କେହି ବି ଆକ୍ରମଣ କରନ୍ତି ତ ଇସ୍ରାଏଲ୍ ସହ ଆମେରିକା ମିଶି ଜବାବ ଦେବେ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର କହିଥିଲେ, ଯଦି ତେହରାନ୍ କୌଣସି ପଦକ୍ଷେପ ଗ୍ରହଣ କରେ ତ ଆମେ ଇସ୍ରାଏଲର ରକ୍ଷା କବଚ ହେବୁ । ଇସ୍ରାଏଲର ରକ୍ଷା କରିବା ଲାଗି ଆମେରିକା ସବୁ କିଛି କରିବ ।

ଏପ୍ରିଲ ୧ରେ ସିରିଆର ଡାମାସ୍କସ୍ ସ୍ଥିତ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲେ । ସେବେଠୁ ଇସ୍ରାଏଲ୍ ପ୍ରତି ବିଷ ଉଗାଳି ଚାଲିଛି ଇରାନ୍ । ଉକ୍ତ ଆକ୍ରମଣରେ ଇରାନର ଏଲଟି ଫୋର୍ସ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ ବରିଷ୍ଠ କମାଣ୍ଡର ଜେନେରାଲ୍ ମୋହମ୍ମଦ ରେଜା ଜହେଦୀଙ୍କ ସମେତ ୭ ଜଣ ନିହତ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.