ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଗଣତନ୍ତ୍ର ଦିବସ ପାଳିତ, "ଆବର୍ଜନାରୁ ଉତ୍କର୍ଷତା" ସମ୍ପର୍କିତ ୩ ବିଶାଳକାୟ ମଡେଲ ପ୍ରଦର୍ଶିତ

ପୁରୀ, ୨୬/୧ : ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ଦେଶମାତୃକାର ସେବାରେ ବଳିଦାନ ଦେଇଥିବା ଯବାନଙ୍କ ସ୍ମୃତିଚାରଣ ଏବଂ ଭବିଷ୍ୟତ ପିଢିଙ୍କୁ ପ୍ରେରଣା ପ୍ରଦାନ କରିବା ଉଦେଶ୍ୟରେ  "ଆବର୍ଜନାରୁ ଉତ୍କର୍ଷତା" ସମ୍ପର୍କିତ ୩ଟି ବିଶାଳକାୟ ମଡେଲ ପ୍ରଦର୍ଶିତ କରାଯାଇଛି। ଏହି ଉତ୍ସବରେ ପୁରୀ ଅତିରିକ୍ତ ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ଟର୍ନର ପ୍ରଶିକ୍ଷକ ପ୍ରଦୀପ କୁମାର ଗିରିଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ୧୧ ଫୁଟ ଉଚ୍ଚତା ଓ ୧୦ ଫୁଟ ଓସାର ବିଶିଷ୍ଟ "ଭାରତୀୟ ମାନଚିତ୍ର", ଓଲଡର ପ୍ରଶିକ୍ଷକ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ୨୧ ଫୁଟ ଲମ୍ବ ବିଶିଷ୍ଟ "ଅଗ୍ନି-୫ ମିସାଇଲ", ମେସିନିଷ୍ଟ ପ୍ରଶିକ୍ଷକ ବିସ୍ମୟ ମଙ୍ଗରାଜ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ୧୨ଫୁଟ ଉଚ୍ଚତାର "ଅମର ଯବାନ ସ୍ମୃତି ଚିହ୍ନ" ଲୋକାର୍ପିତ ହୋଇଯାଇଛି। 

"ସ୍କିଲଡ଼ ଇନ ଓଡିଶା" ଟ୍ୟାଗଲାଇନ୍ ଅଧୀନରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦକ୍ଷତାର ସୁବିନିଯୋଗର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପୁରୀ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଅରୋବିନ୍ଦ ଘୋଷଙ୍କ ପ୍ରେରଣା ଓ ତତ୍ତ୍ଵାବଧାନରେ ସ୍ଥାପିତ ଏହି ଉଚ୍ଚକୋଟିର କୃତି ଆଗାମୀ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ପ୍ରେରଣା ପ୍ରଦାନ କରିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.