ପ୍ରମୂଖ ଖବର

ପୁରୀ ତାଳବଣିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଇସ୍ପାତ ଓ ଖଣି ମନ୍ତ୍ରୀ

ପୁରୀ, ୨୬/୧ : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଯୋଗ ଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ଏହି ଅବସରରେ ସେ ଦେଶର ସ୍ଵାଧୀନତା ସଂଗ୍ରାମ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିଥିଲେ। ରାଜ୍ୟରେ ଏକ ସ୍ଥିର ସରକାର ଥିବାରୁ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ରରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦରେ ଆଗକୁ ମଧ୍ୟ ଏହି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ସେ ନିଜ ଅଭିଭାଷଣରେ କହିଥିଲେ। ଏହି ପରେଡରେ ବିଭିନ୍ନ ସ୍କୁଲ ଓ କଲେଜର ୫୬ଟି ଟ୍ରୁପ ଓ ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୮୨ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଏସପି କେ. ବିଶାଲ ସିଂହ ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.