ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪୦ ବର୍ଷ ପରେ ଗଣତନ୍ତ୍ର ଦିବସରେ ‘ସ୍ବତନ୍ତ୍ର ଘୋଡା ଗାଡି’ରେ ବସିଲେ ରାଷ୍ଟ୍ରପତି, ବିଭାଜନ ବେଳେ ପାକିସ୍ତାନଠାରୁ ଟସ୍‌ରେ ଜିତିଥିଲା ଭାରତ

ନୂଆଦିଲ୍ଲୀ,୨୬।୧: ୭୫ ତମ ଗଣତନ୍ତ୍ର ଆଜି ପାଳନ କରୁଛି ସାରା ଦେଶ। ଗଣତନ୍ତ୍ର ଦିବସ  ପରେଡ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଐତିହାସିକ ବଗି’ ବା ଏକ ସ୍ବତନ୍ତ୍ର ଘୋଡା ଗାଡିରେ ରାଇସିନା ହିଲ୍‌ରୁ ଆସି   ଦିଲ୍ଲୀର କର୍ତ୍ତବ୍ୟପଥରେ ପହଁଞ୍ଚିଥିଲେ। ଶୁକ୍ରବାର ଏହି ସମୟରେ ତାଙ୍କ ସହିତ ଭାରତୀୟ ସେନାର ଘୋଡାସବାରୀ ଟିମ୍ ଓ ବଡିଗାର୍ଡ ମଧ୍ୟ ଥିଲେ। ସବୁଠାରୁ ଖାସ୍ କଥା ଏହା ଯେ, ଏହି ଘୋଡା ଗାଡିକୁ ଭାରତ ଟସ୍‌ରେ ପାକିସ୍ତାନ ଠାରୁ ଜିତିଥିଲା। ଏହି ଘୋଡା ଗାଡି ଭାରତର ଗୌରବର ଗାଥା ବହନ କରେ।

୧୯୮୪ ରେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିଜ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦର୍ଶାଇ ଏହି ଘୋଡା ଗାଡିର ବ୍ୟବହାର ବନ୍ଦ ହୋଇଯାଇଥିଲା। ୩୦ ବର୍ଷ ପରେ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ବିଟିଂ ରିଟ୍ରିଟ୍‌ରେ ଯିବା ପାଇଁ  ବ୍ୟବହାର କରିଥିଲେ। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶପଥ ଗ୍ରହଣ କରିବା ସମୟରେ ତା ଉପରେ ବସିଥିଲେ, କିନ୍ତୁ ଗଣତନ୍ତ୍ର ଦିବସ ଉତ୍ସବକୁ ଯିବା ପାଇଁ ଏହା ବ୍ୟବହୃତ ହୋଇନଥିଲା। ବର୍ତ୍ତମାନ ୪୦ ବର୍ଷ ପରେ, ଏହି ଘୋଡା ଗାଡି ପୁଣି ଥରେ ଗଣତନ୍ତ୍ର ଦିବସ ସମାରୋହରେ ବ୍ୟବହାର ହୋଇଛି।  

୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧିନ ହେବା ସମୟରେ ଭାରତ-ପାକିସ୍ତାନ ଭିତରେ ଜମି, ସେନାଠାରୁ ନେଇ ସବୁ ଜିନିଷର ବିଭାଜନ ହୋଇଥିଲା। ଏହାକୁ ସହଜ କରିବା ପାଇଁ ପ୍ରତିନିଧିଙ୍କୁ ନିଯୁକ୍ତି କରାଯାଇଥିଲା। ଭାରତର ପ୍ରତିନିଧି ଥିଲେ ଏଚ.ଏମ୍‌ ପଟେଲ, ସେଭଳି ପାକିସ୍ତାନ ପକ୍ଷରୁ ଚୌଧୁରୀ ମହମ୍ମଦ ଅଲ୍ଲୀଙ୍କୁ ପ୍ରତିନିଧି କରାଯାଇଥିଲା। ସବୁ ଜିନିଷର ବିଭାଜନ ଜନସଂଖ୍ୟା ଆଧାରରେ ହୋଇଥିଲା। ଉଦାହରଣ ଭାବରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କୁ ୨:୧ ଅନୁପାତରେ ବଣ୍ଟା ଯାଇଥିଲା। ଯେତେବେଳେ ରାଷ୍ଟ୍ରପତିଙ୍କ ଘୋଡା ଗାଡିର ସମୟ ଆସିଥିଲା, ଏହାକୁ ହାସଲ କରିବାକୁ ଦୁଇ ଦେଶର ପ୍ରତିନିଧିଙ୍କ ଭିତରେ ବିବାଦ ଆରମ୍ଭ ହୋଇଯାଇଥିଲା।

ସମସ୍ୟାର ସମାଧାନ ପାଇଁ ଅଙ୍ଗରକ୍ଷକଙ୍କ ଚିଫ୍ କମାଣ୍ଡାଣ୍ଟ ଏକ ପ୍ରସ୍ତାବ ଦେଇଥିଲେ, ଯାହା ଉପରେ ଦୁଇ ପକ୍ଷର ପ୍ରତିନିଧି ସହମତି ପ୍ରକାଶ କରିଥିଲେ। କମାଣ୍ଡାଣ୍ଟ  ବଘିର ପ୍ରକୃତ ହକଦାର କିଏ ତାର ନିଷ୍ପତ୍ତି ନେବାକୁ ଟସ୍‌ ପକାଇଥିଲେ। ଏହି ଟସ୍‌ ରାଷ୍ଟ୍ରପତିଙ୍କ ବଡିଗାର୍ଡ ରେଜିମେଣ୍ଟର କମାଣ୍ଡେଣ୍ଟ ଲେଫ୍ଟନେଣ୍ଟ କର୍ନଲ ଠାକୁର ଗୋବିନ୍ଦ ସିଂହ ଓ ପାକିସ୍ତାନର ୟାକୁବ ଖାନ୍‌ଙ୍କ ଭିତରେ ହୋଇଥିଲା। ଭାରତ ଟସ୍ ଜିତି ଥିଲା। ସେବେଠାରୁ ଏହି ବଘି ରାଷ୍ଟ୍ରପତି ଭବନର ଗାରିମା ବଢାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.