ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ମୋଦୀ 3.0 କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ଗୁଣ୍ଟୁର ସାଂସଦ, ଜାଣନ୍ତୁ ତାଙ୍କ ସଂପତ୍ତି କେତେ ?

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଏନଡିଏ ସରକାର । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୋଦୀ ୩.୦ କ୍ୟାବିନେଟରେ ଏନଡିଏର ଅନେକ ସହଯୋଗୀ ଦଳର ସାଂସଦଙ୍କୁ ସୁଯୋଗ ମିଳିଛି । ଏହି କ୍ରମରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଗୁଣ୍ଟୁର ସାଂସଦ ଡ. ଚନ୍ଦ୍ରଶେଖର ପେମାସାନି ଗ୍ରାମୀଣ ବିକାଶ ଏବଂ ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । 

 ସାଂସଦ ଏବଂ ମନ୍ତ୍ରୀ ହେବାକୁ ନେଇ ତାଙ୍କ ନାଁରେ ଯେତିକି ଚର୍ଚ୍ଚା ହେଉନାହିଁ ସେତିକି ଚର୍ଚ୍ଚା ତାଙ୍କର ସଂପତ୍ତିକୁ ନେଇ ହେଉଛି । ମୋଦୀ କ୍ୟାବିନେଟ୍‌ରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି  ପେମାସାନି । ତାଙ୍କ ସଂପତ୍ତିର ମୂଲ୍ୟ ୫,୭୦୫ କୋଟି  ଟଙ୍କା । ଏପରିକି ୧୮ ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ଧନୀ ।  ଏହା ସହ ତାଙ୍କ ମୁଣ୍ଡ ଉପରେ ସର୍ବାଧିକ ଋଣ ୧,୦୩୮ କୋଟି ଟଙ୍କା ରହିଛି । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୭୧ ମନ୍ତ୍ରୀଙ୍କ ସଂପତ୍ତିକୁ ନେଇ ସମୀକ୍ଷା କରିଛି ଏଡିଆର ।  ଜର୍ଜ କୋରିଆନ୍‌ ସଂସଦର ସଦସ୍ୟ ହୋଇନଥିବାରୁ ତାଙ୍କ ସଂପତ୍ତି ସଂପର୍କରେ ଜଣାପଡ଼ି ନାହିଁ । ଏଡିଆର ରିପୋର୍ଟ ଅନୁସାରେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଦ୍ବିତୀୟ ବଡ଼ ଧନୀ ମନ୍ତ୍ରୀ । ତାଙ୍କ ସଂପତ୍ତିର ମୂଲ୍ୟ ୪୨୪ କୋଟି ଟଙ୍କା । ତାଙ୍କ ପରେ ଏଚଡି କୁମାରସ୍ବାମୀ (୨୧୭ କୋଟି), ଅଶ୍ବିନ ବୈଷ୍ଣବ (୧୪୪ କୋଟି), ରାଓ ଇନ୍ଦ୍ରଜିତ ସିଂହ (୧୨୧ କୋଟି) ଏବଂ ପୀୟୁଷ ଗୋୟଲ (୧୧୦ କୋଟି) ଅଛନ୍ତି ।ଏହି ୬ ମନ୍ତ୍ରୀଙ୍କ ସତ୍ୟପାଠ  ଅନୁସାରେ ସେମାନଙ୍କ ପାଖରେ ୧୦୦ କୋଟିରୁ ଅଧିକ ସଂପତ୍ତି ରହିଛି ।

 ସବୁଠାରୁ ଧନୀ ମନ୍ତ୍ରୀ ପେମାସାନିଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।ଅବୈଧ ଉପାୟରେ ଦେଣନେଣ ଏବଂ ଲାଞ୍ଚ କାରବାର ନେଇ ଦୁଇଟି ବଡ଼ ମାମଲାରେ ଛନ୍ଦି ହୋଇଛନ୍ତି ଗୁଣ୍ଟୁର ସାଂସଦ ଡ. ଚନ୍ଦ୍ରଶେଖର ପେମାସାନି  । 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.